Odia News Portal

ପତ୍ନୀଙ୍କ ଫଟୋ ଶେୟାର କରି ଏମିତି କଥା ଲେଖିଲେ ଅମିତାଭ

ମୁମ୍ବାଇ() ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କ ଫଟୋ ଛାଡି ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନ । ସେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଜୟାଙ୍କର ଏକ ପୁରୁଣା ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହା ବେଙ୍ଗଲି ଫିଲ୍ମ ଡକ୍ଟର ବାବୁ ସମୟର। ଏହି ଫଟୋଟି ଶେୟର କରିବା ସହ ଅମିତାଭ ଲେଖିଛନ୍ତି, ଏହି ଫିଲ୍ମ ସମ୍ପୂର୍ଣ୍ଣ ନ ହେବାରୁ ଏହା ରିଲିଜ୍ ହୋଇପାରି ନ ଥିଲା।

ଏହାସହ ଅମିତାଭ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି କି ଜୟା ଏହି ଫିଲ୍ମରେ ସ୍ବାମୀ ବିବେକାନନ୍ଦଙ୍କ ଭୂମିକାରେ ଅଭିନୟ କରିଥିଲେ। ଉକ୍ତ କଳାଧଳା ଫଟୋରେ ସ୍ବାମୀ ବିବେକାନନ୍ଦଙ୍କ ବେଶ ଜୟାଙ୍କୁ ଖୁବ୍ ମାନୁଛି।