Odia News Portal

ଆଇସୋଲେସନରେ ଅମିତାଭ ବଚ୍ଚନ

ମୁମ୍ବାଇ() ଅଭିନେତା ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ୍ ଏବଂ ଭିଡିଓ ଜୋରଦାର ଭାଇରାଲ ହେଉଛି।କରୋନା ଭାଇରସର ପ୍ରକୋପ ଯୋଗୁଁ କେତେକ ବଲିଉଡ ଷ୍ଟାର ନିଜକୁ ଘରେ ପ୍ୟାକ୍ କରି ନେଇଛନ୍ତି। ଏହି ତାଲିକାରେ ଏବେ ଶେହନଶାହ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ନିଜକୁ ସେଲଫ ଆଇସୋଲେସନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି କଥାର ସୂଚନା ନିଜେ ଅମିତାଭ ବଚ୍ଚନ ଦେଇଛନ୍ତି। ଅମିତାଭ ବଚ୍ଚନ ଟ୍ବିଟରରେ ହାତର ଏକ ଫଟୋ ଦେଇଛନ୍ତି ଯେଉଁଥିରେ ଏକ ଷ୍ଟାମ୍ପ ଲାଗିଛି। ଏହି ଷ୍ଟାମ୍ପରେ ସେଲ୍ଫ ଆଇସୋଲେସନ ଅର୍ଥାତ୍ କ୍ବାରେଣ୍ଟାଇନ୍ ହେବା ବିଷୟରେ ଲେଖାଯାଇଛି। ଏହି ଷ୍ଟାମ୍ପ ବିଏମସି ତରଫରୁ ସେହି ଲୋକଙ୍କୁ ଲଗାଯାଉଛି ଯେଉଁମାନେ କ୍ବାରେଣ୍ଟାଇନରେ ଅଛନ୍ତି।ଅମିତାଭ ବଚ୍ଚନଙ୍କ କେବଳ ଟ୍ବିଟ୍ ନୁହେଁ ବରଂ ଏକ ଭିଡିଓ ମଧ୍ୟ ଜୋରସୋରରେ ଭାଇରାଲ୍ ହେଉଛି।