Odia News Portal

ଅସୁସ୍ଥ ଅଛନ୍ତି ବିଗ ବି

ମୁମ୍ବାଇ ()  ପ୍ରତିଦିନ ଫିଟ୍ ଏବଂ ଆକ୍ଟିଭ ଦେଖାଯାଉଥିବା ଅମିତାଭଙ୍କ ୭୫ ପ୍ରତିଶତ ଯକୃତ ଖରାପ ହୋଇଯାଇଛି । ସେ ଏବେ ୨୫ ପ୍ରତିଶତ ଠିକ୍ ଥିବା ଯକୃତ ସାହାଯ୍ୟରେ ବଞ୍ଚିଛନ୍ତି । ଏକ କାର୍ୟ୍ୟକ୍ରମ ସମୟରେ ବିଗ୍ ବି ନିଜେ ଏହି ସତ୍ୟତାର ପର୍ଦ୍ଦାଫାସ୍ କରିଛନ୍ତି ।

ବିଗ୍ ବି କହିଥିଲେ କି, ଜଣେ ବ୍ୟକ୍ତିକୁ ପ୍ରତିଦିନ ଶରୀରର ଚେକଅପ୍ କରିବା ଉଚିତ୍ । ମୋତେ ଟ୍ୟୁବରକ୍ଲୋସିସ୍ ଅସୁବିଧା ରହିଛି । ଯଦି ଏହି ରୋଗ ବିଷୟରେ ସମୟ ଥାଉ ଥାଉ ଜଣାପଡେ ତେବେ ଏହାର ଚିକିତ୍ସା ସମ୍ଭବ । ଅମିତାଭ ନିଜେ ବହୁ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି ।

ବିଗ୍ ବି ନିଜ ଫିଟନେସକୁ ନେଇ ବେଶ୍ ଚିନ୍ତିତ । ସେ ନିତିଦିନିଆ ବ୍ୟାୟାମ କରନ୍ତି । ଏହା ସହ ଦିନସାରା ଖୁବ୍ ଆକ୍ଟିଭ୍ ରୁହନ୍ତି । ଖାଦ୍ୟପେୟ ମାମଲାରେ ମଧ୍ୟ ଖୁବ୍ ସତର୍କ ରୁହନ୍ତି ।