Odia News Portal

ଟାଇଗରଙ୍କ ପଛରେ ପାଗଳ ଏହି ଅଭିନେତ୍ରୀ

ମୁମ୍ବାଇ ()  ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ । ୨୦ ବର୍ଷର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କୁ ବହୁତ ପସନ୍ଦ କରନ୍ତି। ଷ୍ଟୁଡେଣ୍ଟ ଅଫ ଦ ୟିଅର ୨ ଫିଲ୍ମରେ ଅଭିନୟ କରି ଅନନ୍ୟା ବଲିଉଡରେ ପାଦ ଦେଇଥିଲେ।

ଏକ ସାକ୍ଷାତକାରରେ ଅନନ୍ୟାଙ୍କୁ ପଚାରାଯାଇଥିଲା ଯେ, ତାଙ୍କ ଫେଭରାଇଟ୍ ଅଭିନେତା କିଏ। ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଅନନ୍ୟା ଜମା ଡେରି କରିନଥିଲେ। ସେ ତୁରନ୍ତ କହିଥିଲେ ଯେ, ସେ ଟାଇଗରଙ୍କୁ ବହୁତ ପସନ୍ଦ କରନ୍ତି। ଭବିଶ୍ୟତରେ ଅନନ୍ୟା ଟାଇଗର ଶ୍ରଫଙ୍କ ସହ ଫିଲ୍ମ କରିବାକୁ ଚାହାନ୍ତି ବୋଲି ସେ କହିଥିଲେ।