ମୁମ୍ବାଇ() ୨୫ ବର୍ଷ ପରେ ପରଦାରେ ଏକାଠି କାମ କରିବାକୁ ଯାଉଛନ୍ତି ବଲିଉଡ୍ର ସୁପରଷ୍ଟାର ଯୋଡ଼ି ସଲମାନ ଖାନ ଏବଂ ଅମୀର ଖାନ । ୧୯୯୪ରେ ହୋଇଥିବା ଫିଲ୍ମ ‘ଅନ୍ଦାଜ ଅପ୍ନା- ଅପ୍ନା’ରର ପାର୍ଟ ୨ ନିର୍ମାଣ ହେବ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ପ୍ରଥମେ କୁହାଯାଉଥିଲା ରଣବୀର କପୁର, ବରୁଣ ଧାଓ୍ବନ ଏହି ଫିଲ୍ମରେ ନଜର ଆସିବେ। ମାତ୍ର ଏହି କମେଡି ଫିଲ୍ମର ସ୍ବିକେଲ ପାଇଁ ଅମୀର ଏବଂ ସଲମାନ ପରଫେକ୍ଟ ବୋଲି ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବନ୍ତି।
ଏହି ଦୁଇଜଣ ସବଠୁ ଦାମୀ ଷ୍ଟାର। ତେଣୁ କୌଣସି ବ୍ୟାନରରେ ନେବା ତାଙ୍କୁ ଅସମ୍ଭବ ହୋଇପଡୁଛି। ତଥାପି ଶୁଣିବାକୁ ମିଳୁଛି ଏହି ଯୋଡ଼ି ‘ଅନ୍ଦାଜ ଅପ୍ନା-ଅପ୍ନା ଟୁ’ରେ ନଜର ଆସିବେ। ସଲମାନ୍ ଏବଂ ଅମୀର ଏଥିପାଇଁ ସବୁଜ ସଂକେତ ମଧ୍ୟ ଦେଇସାରିଲେଣି। ତେବେ ୫୦ ବର୍ଷ ଡେଇଁ ସାରିଥିବା ହିରୋଙ୍କ ସହ କମ୍ ବୟସର ହିରୋଇନ୍ ଖୋଜା ଚାଲିଛି।
