Odia News Portal

୭୪ ବର୍ଷରେ ମା’ ହୋଇ ରେକର୍ଡ କଲେ ଏରାମତି

ଆନ୍ଧ୍ରପ୍ରଦେଶର ଜଣେ ୭୪ ବର୍ଷୀୟ ବୃଦ୍ଧା ଜମଜ କନ୍ୟାସନ୍ତାନ ପ୍ରଥମଥର ପାଇଁ ପ୍ରସବ କରି ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ସେ କୃତ୍ରିମ ଉପାୟରେ ବା in vitro fertilisation ହିଁ ମା’ ହୋଇଛନ୍ତି। ତାଙ୍କ ନାଁ ଏରାମତି ମାଙ୍ଗାୟାମ୍ମା ।

୮୦ ବର୍ଷୀୟ ଇ ରାଜାଙ୍କ ପତ୍ନୀ ଏରାମତି କୋଥାପେଟ୍ ଠାରେ ଥିବା ଅହଲ୍ୟା ହସ୍ପିଟାଲ୍ରେ ଦୁଇ ଜଣ ଜମଜ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ତେବେ ଅପରେସନ ପରେ ମା’ ଦୁଇ କନ୍ୟା ସନ୍ତାନ ସୁସ୍ଥ ରହିଛନ୍ତି।ତଥାପି ଏରାମତିଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ତାଙ୍କୁ ଆଇସିୟୁରେ ରଖାଯାଇଛି।”