Odia News Portal

ବାର୍ବି ଡଲ୍ ହେବା ପାଇଁ ନିଜ ଓଠକୁ କଲେ ଏମତି

ବାର୍ବି ଡଲ୍ ହେବା ପାଇଁ ବୁଲଗେରିଆର ଆଣ୍ଡ୍ରିଆ ଇଭାନୋଭା ୧୭ଟି ଲିପ୍ ଇଞ୍ଜେକ୍ସନ୍ ନେଇଛନ୍ତି। ତଥାପି ସେ ତାଙ୍କ ଓଠକୁ ଆହୁରି ବଡ଼ କରିବାକୁ ଚାହୁଁଛନ୍ତି।

୨୨ବର୍ଷ ବୟସ୍କା ଆଣ୍ଡ୍ରିଆ ବିଶ୍ବର ସବୁଠୁ ବଡ଼ ଓଠ ଥିବା ଯୁବତୀଙ୍କ ରେକର୍ଡ଼ ନିଜ ନାଁରେ କରିବାକୁ ଚାହୁଁଛନ୍ତି।ଆଣ୍ଡ୍ରିଆ ସୋଫିଆ ୟୁନିଭର୍ସିଟିରେ ଜର୍ମାନ ଫିଲୋଲୋଜି ଅଧ୍ୟୟନ କରୁଛନ୍ତି। ତାଙ୍କୁ ତ ଏତିକି ବି ମନେ ନାହିଁ ଯେ ସେ ଗତବର୍ଷ ମଧ୍ୟରେ ଯ୍ୟିଟମେଣ୍ଟରେ ସେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି।

ଆଣ୍ଡ୍ରିଆ କୁହନ୍ତି ଯେ ସେ ପୂର୍ବଠୁ ମଧ୍ୟ ଅଧିକ ଖୁସି ଅଛନ୍ତି ଏବଂ ନିଜ ବଡ଼ ଓଠରେ ସନ୍ତୁଷ୍ଟ ଅଛନ୍ତି।ସେପ୍ଟେମ୍ବର ମାସରେ ଆଣ୍ଡ୍ରିଆ ୧୫ଟି ଲିପ୍ ଇଞ୍ଜେକ୍ସନ୍ ନେଇଛନ୍ତି ଏବଂ ସେ ଆହୁରି ଅନ୍ୟାନ୍ୟ ଜଟିଳ ପ୍ରକ୍ରିୟାର ସମ୍ମୁଖୀନ ହେବେ। ଗତ ୩ମାସ ମଧ୍ୟରେ ସେ ୨ଟି ଟ୍ରିଟମେଣ୍ଟ କରାଇଛନ୍ତି।