ବଲିଉଡ୍ର ଝାକାସ୍ ବୟ ଅନୀଲ୍ କପୁରଙ୍କ ଆଜି ଜନ୍ମଦିନ। ଠିକ୍ ୬୧ ବର୍ଷ ତଳେ ଅର୍ଥାତ୍ ୧୯୫୬ ମସିହା ଡିସେମ୍ବର ୨୪ରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ୍ ଅଭିନେତା।
ବୟସ ସିନା ୬୨, କିନ୍ତୁ ଅଭିନୟ ଓ ଲୁକ୍ରୁ ଆଜିବି ସେ କେଉଁ ଯୁବାଠୁ କମ୍ ନହେଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୪୦ ବର୍ଷ ପୂରିଗଲାଣି। ଏବେବି ସେ ତାଙ୍କ ଅଭିନୟର ଯାଦୁରେ ଲୋକଙ୍କ ମନ ଜିତୁଛନ୍ତି। ଅନୀଲ୍ଙ୍କ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଅନୀଲ ଓ ସୁନୀତାଙ୍କ ବାହାଘରକୁ ୩୪ ବର୍ଷ ପୂରି ଗଲାଣି। ଏବେ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ସମସ୍ତେ ଖୁବ୍ ଭଲରେ ଅଛନ୍ତି।୪ଦଶକରୁ ବଲିଉଡରେ ସକ୍ରିୟ ରହିଥିବା ଅଭିନେତା ଅନୀଲ ପୂର୍ବ ଭଳି ଆଜି ବି ଫ୍ରେଶ ଓ କୁଲ୍ ଅଛନ୍ତି। ତାଙ୍କର ୟଙ୍ଗନେସ୍ ଓ ଆକ୍ଟିଭନେସକୁ ନେଇ ଆଜି ବି ବଲିଉଡରେ ଚର୍ଚ୍ଚା କରାଯାଇଥାଏ।
ଆକ୍ସନ ଠୁ ନେଇ ରୋମାନ୍ସ, କମେଡି ସବୁ ଚରିତ୍ରରେ ସେ ଫିଟ୍ ବସିଛନ୍ତି । ମିଷ୍ଟର ଇଣ୍ଡିଆ, ଲମହେ,ଲାଡଲା, ଜୁଦାଇ,ରୁପ କି ରାନି ଚୋଁରୋ କା ରାଜା ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ବଲିଉଡର ଲାଡଲା ଅନୀଲ କପୁର ।