ମୁମ୍ବାଇ() ଅନୁ ମଲିକଙ୍କ ବିରୋଧରେ ମି ଠୁ ଅଭିଯୋଗ ଆସିଥିବା ପରେ ସୋସିଆଲ ମିଡିଆରେ ତୀବ୍ର ରୂପ ଧାରଣ କରିଥିବା ବେଳେ ଆଜି ମହିଳା କମିଶନ ମଧ୍ୟ ଅନୁଙ୍କ ଅଡୁଆ ବଢ଼ାଇଥିଲେ।

ତେବେ ତାଙ୍କ ବିରୋଧରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିବା ସତ୍ତ୍ବେ ତାଙ୍କୁ କିଭଳି ନିଜ ସୋରେ ସ୍ଥାନ ଦେଲେ ବୋଲି ମହିଳା କମିଶନ ସୋନି ଟିଭିକୁ ପ୍ରଶ୍ନ କରିଥିଲେ। ଗାୟିକା ସୋନା ମହାପାତ୍ରଙ୍କ ଟ୍ବିଟକୁ ସିଧାସଳଖ ଅଭିଯୋଗ ଭାବେ ଗ୍ରହଣ କରି ମହିଳା କମିଶନ ସୋନି ଟିଭି ଠାରୁ ଜବାବ ମାଗିଥିଲେ।

ପୂର୍ବରୁ ଇଣ୍ଡିଆନ ଆଇଡଲ ସିଜିନ ଟେନ୍ ରେ ମଧ୍ୟ ଜଜ ଥିଲେ ଅନୁ ମଲ୍ଲିକ। ସେତେବେଳେ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ସୋନା ମହାପାତ୍ର ସୋସିଆଲ ମିଡିଆରେ କ୍ୟାମ୍ପେନ ଚଳାଇଥିଲେ। ଫଳରେ ଅନୁଙ୍କୁ ସୋ ରୁ ହଟାଇ ଦିଆଯାଇଥିଲା।

ଏହା ସତ୍ତ୍ବେ ବି ସିଜିନ ଇଲେଭେନରେ ତାଙ୍କୁ ପୁଣି ଜଜ୍ ଭାବେ ସ୍ଥାନ ଦେଇଥିଲା ସୋନି ଟିଭି। ଯାହାକୁ ନେଇ ସୋନା ମହାପାତ୍ରଙ୍କ ସହିତ ନେହା ଭାସିନ ଓ ଶ୍ବେତା ପଣ୍ଡିତ ମଧ୍ୟ ମୁହଁ ଖୋଲିଥିଲେ।
