Odia News Portal

ତୁମେ ଜଣେ ସମ୍ମାନଜନକ ବ୍ୟକ୍ତି, ତେଣୁ କୌଣସି ସ୍ପଷ୍ଟୀକରଣ ଦେବା ଦରକାର ନାହିଁ

ଭୁବନେଶ୍ୱର() ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଅନୁଭବଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ପ୍ରକୃତି ନିଜ ଟ୍ୱିଟରେ ଅନୁଭବଙ୍କୁ ଟ୍ୟାଗ କରି ଉଲ୍ଳେଖ କରିଛନ୍ତିଯେ, ଫାପୁନ ଭାଇ, ପ୍ରକୃତ ଘଟଣା କ’ଣ ଆପଣଙ୍କ ସହ ଅନ୍ତରଙ୍ଗରେ ମିଶିଥିବା ସମସ୍ତେ ଜାଣିଛନ୍ତି । ତୁମେ ଜଣେ ସମ୍ମାନଜନକ ବ୍ୟକ୍ତି, ତେଣୁ କୌଣସି ସ୍ପଷ୍ଟୀକରଣ ଦେବା ଦରକାର ନାହିଁ । ଖୁବଶୀଘ୍ର ସତ ପଦାକୁ ଆସିବ । ଆମେ ଆପଣଙ୍କ ସହ ଅଛୁ ।

ସେହିପରି ଅଭିନେତ୍ରୀ ସମ୍ଭାବନା ମହାନ୍ତି ନିଜ ଟ୍ୱିଟରେ ଅନୁଭବଙ୍କୁ ସମର୍ଥନ କରିଛନ୍ତି ।

ସୂଚନାଯୋଗ୍ୟଯେ, ବର୍ଷା-ଅନୁଭବ ବିବାଦ ଏବେ କୋର୍ଟକୁ ଯାଇଛି । ଗୋଟିଏ ପଟେ ବର୍ଷା ଭରଣପୋଷଣ ଓ ସୁରକ୍ଷିତ ଦାମ୍ପତ୍ୟ ଜୀବନ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅପରପକ୍ଷରେ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ପାଇଁ ପିଟିସନ ଫାଇଲ କରିଛନ୍ତି ଅନୁଭବ ।