Odia News Portal

ଅନୁପମ ଖେରଙ୍କୁ ଜୋକର କହିଲେ ଏହି ଅଭିନେତା ,କଠୋର ଶବ୍ଦରେ ଜବାବ ଦେଲେ ଅନୁପମ ଖେର, ଦେଖନ୍ତୁ ଭିଡିଓ

ମୁମ୍ବାଇ() ନାଗରିକତା ସଂଶୋଧନ ଆଇନକୁ ନେଇ ଅଭିନେତା ନଶିରୁଦ୍ଧିନ ଶାହା ଓ ଅନୁପମ ଖେରଙ୍କ ଭିତରେ ଆରମ୍ଭ ହୋଇଛି ବୟାନବାଜି ।ରାଜନୈତିକ ପ୍ରସଙ୍ଗକୁ ନେଇ ବଲିଉଡରେ ଝଡ ସୃଷ୍ଟି କରିଛି । ମୋଦି ସରକାରଙ୍କ ଜଣେ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଛନ୍ତି । ସେଇଥିପାଇଁ ତାଙ୍କୁ ଜଣେ ଜୋକୋର ବୋଲି ସମ୍ବୋଧନ କରିିଥିଲେ ନଶିରୁଦ୍ଧିନ ଶାହା ।

ଆଉ ଟ୍ୱିଟ୍ କରି ଅତି କଠୋର ଶବ୍ଦରେ ଏହାର ଜବାବ ଦେଇଛନ୍ତି ଅନୁପମ ଖେର । ପ୍ରାୟ ୨ ମିନିଟର ଏକ ଭିଡିଓ ପୋଷ୍ଟ କରି ଅନୁପମ ଖେର ନଶିରୁଦ୍ଦିନଙ୍କୁ ନିଶାଖୋର ବୋଲି କହିଛନ୍ତି ।