Odia News Portal

ପୁଣି ଫେରିବ ‘ସୁଲତାନ୍’ ଯୋଡ଼ି

ପୁଣି ଏକାଠି ନଜର ଆସିବେ ସଲମାନ-ଅନୁଷ୍କାଙ୍କ ଯୋଡ଼ି ।ସଲମାନ- ଅନୁଷ୍କା ପୁଣି ଥରେ ବଡ଼ ପରଦାରେ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି। ଏବେ ଅନୁଷ୍ମା ନିଜର ଆଗାମୀ ଫିଲ୍ମ ଜିରୋର ପ୍ରମୋସନ ଏବଂ ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହାପରେ ସେ ପ୍ରସିଦ୍ଧ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମରେ ନଜର ଆସିପାରନ୍ତି ବୋଲି ଶୁଣିବାକୁ ମିଳିଛି। ତେବେ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଏହାର ନାମ ସୁନିଶ୍ଚିତ ହୋଇନହିଁ।
ଭଂସାଲୀଙ୍କ ଏହି ଫିଲ୍ମରେ ଏକା ସାଙ୍ଗରେ ସଲମାନ ଏବଂ ଅନୁଷ୍କା ନଜର ଆସିବା ନେଇ ଖବର ରହିଛି। ଏହାର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ସଲମାନ ଏବଂ ଅନୁଷ୍କାଙ୍କୁ ଏକାସାଙ୍ଗରେ ଫିଲ୍ମ ସୁଲତାନରେ ଦେଖିବାକୁ ମିଳିଥିଲା। ଦୁହିଁଙ୍କୁ ବଡ଼ ପରଦା ଉପରେ ବେଶ ପସନ୍ଦ କରିଥିଲେ ଦର୍ଶକ । ଏବେ ଦେଖିବା ବାକି ରହିଲା କିପରି ରହୁଛି ତାଙ୍କର ଆଗାମୀ ଫିଲ୍ମ।