Odia News Portal

ଦବଙ୍ଗ ଅନୁଷ୍କା

ଫିଲ୍ମ ‘ଜିରୋ’ ପରେ ଆଉ ଦେଖିବାକୁ ମିଳୁ ନ ଥିବା ଅନୁଷ୍କା ଶର୍ମା ବହୁତ ଦିନ ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଆସିବେ । ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ଦର୍ଶକଙ୍କର ପ୍ରିୟ ହୋଇଥିବା ଅନୁଷ୍କା ଆଉ ଏକ ଭିନ୍ନ ଭୂମିକାରେ ଆସୁଛନ୍ତି । ଏଥର ତାଙ୍କୁ ଖାକି ପୋଷାକରେ ଦେଖିବାକୁ ମିଳିବ ।ସେ ଏକ ଟିଭି କମର୍ଶିଆଲ୍ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ସେ ପୋଲିସ ଭୂମିକାରେ ଜଣଙ୍କ ଘରେ ଚଢ଼ାଉ କରିବେ । ଏହାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଏହାର ସୁଟିଂ ମଧ୍ୟ ଶେଷ ହୋଇ ସାରିଛି । ଯାହା ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ।