ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ବିବାହ ଖବର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଥିଲା। ହେଲେ କାହିଁକି ଏତେ କମ୍ ବୟସରେ ବିବାହ କଲେ ଅନୁଷ୍କା ।
ଏହି କଥାର ଖୁଲାସା କରିଛନ୍ତି ନିଜେ ଅନୁଷ୍କା । ସେ କହିଥିଲେ ଯେ ‘ଆମ ଦର୍ଶକ ଆମ ସହିତ ଏତେ ଯୋଡ଼ି ହୋଇଛନ୍ତି ଯେତେ ଇଣ୍ଡଷ୍ଟ୍ରି ସହିତ ଯୋଡ଼ି ହୋଇନାହାନ୍ତି। ଦର୍ଶକ କଳାକାରଙ୍କୁ କେବଳ ପରଦାରେ ଦେଖିବାକୁ ଚାହୁଁଛନ୍ତି। ସେମାନଙ୍କୁ ଆମର ବ୍ୟକ୍ତିଗତ ଜୀବନରେ କୈାଣସି ମତଲବ ନାହିଁ। ତାଙ୍କୁ ଫରକ ପଡ଼ିନଥାଏ ଯେ ଆପଣଙ୍କ ବିବାହ ହୋଇଯାଇଛି ଏବଂ ଆପଣ ମାଆ ହୋଇଯାଇଛନ୍ତି। ମୁଁ ଏକ ଅଭିନେତ୍ରୀ ହିସାବରେ ବହୁତ କମ୍ ବୟସରେ ବିବାହ କରିଛି। ମୁଁ ଏପରି କରିଥିଲି କାରଣ ମୋତେ ପ୍ରେମ ହୋଇଯାଇଥିଲା। ଏବଂ ମୁଁ ତାଙ୍କୁ ବହୁତ ଭଲ ପାଏ। ବିବାହ ଏକ ଏପରି ଜିନିଷ ଯାହା ସମ୍ପର୍କକୁ ଆଗକୁ ନେଇ ଯାଇଥାଏ।
ସେ ମଧ୍ୟ କହିଥିଲେ ଯେ ‘ମୁଁ ଚାହୁଁନଥିଲି ଯେ ନିଜ ଜୀବନର ସବୁଠୁ ସୁନ୍ଦର ମୁହୂର୍ତ୍ତ ବଞ୍ଚିବାବେଳେ ମୋ ମନରେ ଡର ରହୁ। ଯଦି ଜଣେ ପୁରୁଷ ବିବାହ କରିବା ଏବଂ ଏହା ପରେ କାମ କରିବାକୁ ପଛଘୁଞ୍ଚା ଦେଉନାହିଁ ତେବେ ମହିଳାଙ୍କୁ ମଧ୍ୟ ଏସବୁ ପାଇଁ ପଛଘୁଞ୍ଚା ଦେବା କଥା ନୁହେଁ।