Odia News Portal

ଅଭିନେତ୍ରୀ ହେବା ପୂର୍ବରୁ ଯୋଗଗୁରୁ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ସାଉତ ଫିଲ୍ମ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜ ଅଭିନୟ ଜରିଆରେ ଲୋକଙ୍କ ହୃଦୟରେ ସ୍ଥାନ କରିପାରିଛନ୍ତି । ଆଜି ଅନୁଷ୍କା ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି।

ଅନୁଷ୍କାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସୁପର’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଅଭିନୟ ପୂର୍ବରୁ ଅନୁଷ୍କା ପିଲାମାନଙ୍କୁ ଯୋଗ ଶିଖାଉଥିଲେ। ତାଙ୍କ ସୌନ୍ଦର୍ୟ୍ୟକୁ ଦେଖି ଏକଦା ଜଣେ ନିର୍ଦ୍ଦେଶକ ତାଙ୍କୁ ନିଜ ସିନେମାରେ ଅଫର ଦେଇଥିଲେ।

ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ସଫଳ ସିନେମାରେ କାମ କରି ସେ ଏବେ ଜଣେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଛନ୍ତି।