ଦକ୍ଷିଣ ଭାରତୀୟ ସିନେମା ଜଗତରେ ହିଟ୍ ନାୟିକା ଆସିନ୍ ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ନେଇଛନ୍ତି। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଗୋଟିଏ ସନ୍ତାନ ରହିଛି।
ହେଲେ ଏବେ ପରିବାରକୁ ସମସ୍ତ ସମୟ ଦେବାକୁ ଚାହୁଁଥିବାରୁ ସିନେମା ଜଗତକୁ ଫେରିବାକୁ ଚାହୁଁନାହାନ୍ତି ସେ। ୨୦୦୧ରେ ମାଲାୟାଲାମ ଫିଲ୍ମ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଆସିନ। ଆସିନ ୨୦୦୮ରେ ବଲିଉଡ୍ରେ ନିଜର ଡେବ୍ୟୁ କରିଥିଲେ। ସେ ବି ମିଷ୍ଟର ପର୍ଫେକ୍ଟନିଷ୍ଟ ଆମିର ଖାନ୍ଙ୍କ ଚଳଚ୍ଚିତ୍ର ‘ଗଜନୀ’ରେ। ଏଥିରେ ତାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା।