ମହାକାଶକୁ ଯାତ୍ରା କରିବା ବେଳେ ମହାକାଶଚାରୀ ଧଳା ଓ କମଳା ରଙ୍ଗର ପୋଷାକ ପିନ୍ଧନ୍ତି । ହେଲେ ସେମାନଙ୍କ ପୋଷାକର ରଙ୍ଗ ଏପରି ହେବାର କାରଣ କ’ଣ? ଆସନ୍ତୁ ଜାଣିବା । ଅନ୍ତରୀକ୍ଷ ପୃଥିବୀ ନୁହେଁ । ଏଣୁ ମହାଅନ୍ଧକାର ଯୋଗୁ ଅନ୍ତରୀକ୍ଷ ଯାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଭାବେ ପୋଷାକ ପ୍ରସ୍ତୁତ ହୋଇଥାଏ। ଧଳା ରଙ୍ଗର ପୋଷାକକୁ ‘ଏକ୍ସଟ୍ରା ଭିଆଇକୁଲର ଆକ୍ଟିଭିଟି ସୁଟ୍’(ଇଭିଏଏସ୍) କୁହାଯାଏ।
ହ୍ୱାଇଟ୍ ସୁଟ୍ ମହାକାଶଚାରୀଙ୍କର ସ୍ପେସ୍ ୱାକ୍ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଯାହା ଅନ୍ୟ ସ୍ପେସ୍ ରେ ମହାକାଶଚାରୀଙ୍କ ସର୍ଭାଇବଲରେ ସହାୟକ ହୋଇଥାଏ। ଏଥିରେ ୱାଟର କୁଲିଂ ବ୍ୟବସ୍ଥା ରହିଛି। ତେବେ ସବୁଠୁ ବଡ କଥା ହେଉଛି ଏହି ସୁଟ୍ ମହାକାଶତାରୀଙ୍କ ଝାଳ ରିସାଇକ୍ଲିଂ କରିଥାଏ। ଏଣୁ ମହାକାଶଚାରୀ ବିଷମ ପରିସ୍ଥିତିରେ ବି ଥଣ୍ଡା ଅନୁଭବ କରିଥାନ୍ତି। ହ୍ୱାଇଟ୍ ସୁଟରେ ଏକ ଡ୍ରିଙ୍କ ବ୍ୟାଗ୍ ବି ଥାଏ।
