Odia News Portal

ଅଭିନେତ୍ରୀଙ୍କୁ କିସ କରିବାରୁ ସ୍ତ୍ରୀ କଲେ ଏପରି କାମ

ଫିଲ୍ମ ‘ଡ୍ରିମ ଗାର୍ଲ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଭିନେତା ଆୟୁଷ୍ମାନ ଖୁରାନା ।ତାଙ୍କ ଅଭିନୀତ ‘ବିକ୍କି ଡୋନର’ଠୁ ଆରମ୍ଭ କରି ‘ବରେଲୀ କି ବର୍ଫି’ ପର୍ୟ୍ୟନ୍ତ ସବୁ ଫିଲ୍ମ ସୁପର ଡୁପର ହିଟ୍ ହୋଇଛି।ଆୟୁଷ୍ମାନଙ୍କ ଡେବ୍ୟୁ ଫିଲ୍ମ ‘ବିକ୍କି ଡୋନର’ ଏକଦା ତାଙ୍କ ପରିବାରରେ ଗୁରୁତର ସମସ୍ୟା ସୃଷ୍ଟି କରିଥିଲା। ଫିଲ୍ମର ଏକ ଦୃଶ୍ୟ ଲାଗି ସ୍ୱାମୀସ୍ତ୍ରୀଙ୍କ ମନାନ୍ତର ଏପରି ପରିସ୍ଥିତିକୁ ଚାଲିଯାଇଥିଲା ଯେ ପତ୍ନୀ ତାହିରା କଶ୍ୟପ ତାଙ୍କୁ ଅଲ୍ଟିମେଟମ ବି ଦେଇଥିଲେ।

ଆୟୁଷ୍ମାନଙ୍କ ସହ ଫିଲ୍ମରେ ୟାମୀ ଗୌତମ ବି ଅଭିନୟ କରୁଥିଲେ। ଏଥିରେ ୟାମୀଙ୍କ ସହ ଆୟୁଷ୍ମାନଙ୍କର ଏକ ଚୁମ୍ବନ ଦୃଶ୍ୟ ହିଁ ଏହି ବିବାଦ ସୃଷ୍ଟି କରିଥିଲା। ଦୃଶ୍ୟ ସ୍କ୍ରିନରେ ଦେଖିବା ପରେ ଆୟୁଷ୍ମାନଙ୍କ ଉପରେ ପତ୍ନୀ ତାହିରା ପୁରା ଖପ୍ପା ହୋଇଯାଇଥିଲେ। ବୁଝାମଣା ପରିସ୍ଥିତିରେ ନଥିଲେ ତାହିରା। ସିଧା ଆୟୁଷ୍ମାନଙ୍କୁ ଅଲ୍ଟିମେଟମ ଦେଇଥିଲେ ‘ଫିଲ୍ମ କରିବାର ଅଛି ତ କିସ୍ କରିବନି, ଯଦି କିସ୍ କରିବାକୁ ଏତେ ଇଚ୍ଛା ତେବେ ଆଉ ଫିଲ୍ମ କରିବନି’। ହେଲେ ଏବେ ତାହିରା ବି ବୁଝିଗଲେଣି ବୋଲି ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଆୟୁଷ୍ମାନ ।