Odia News Portal

ଅସୁସ୍ଥତା ପାଇଁ ବିଗ ବିଙ୍କ ଓଜନ କମିଲା ଏତିକି କିଲୋ

ମୁମ୍ବାଇ () ଅସୁସ୍ଥତା ପାଇଁ ବିଗ ବି ଅମିତାଭ ବଚ୍ଚନଙ୍କ ଓଜନ ପାଞ୍ଚ କିଲୋ କମିଯାଇଛି। ଟୁଇଟରରେ ନିଜର ପ୍ରଶଂସକମାନଙ୍କୁ ବିଗ୍ ବି ନିଜେ ଏହା କହିଛନ୍ତି।
ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍ ବି । ଫଳରେ ତାଙ୍କୁ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ କେବିସିର ଶୁଟିଂକୁ ଫେରିଛନ୍ତି।

ସୁସ୍ଥ ହୋଇ ସେ ଫେରିବା ପରେ ପ୍ରଶଂସକମାନେ ଆଶ୍ୱସ୍ତ ହୋଇଥିଲେ ହେଁ ଓଜନ କମିବାକୁ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି। ହେଲେ ବିଗ୍ ବି ଓଜନ କମିବା ବହୁତ ଭଲ ଖବର ବୋଲି କହିଛନ୍ତି।