Odia News Portal

ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍ ଓ ପରେ ଦକ୍ଷିଣ ସିନେମାରେ ଅଭିନୟ ନେଇ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଏମି ଜ୍ୟାକସନ୍ ଅନ୍ତସତ୍ତ୍ୱା ଅଛନ୍ତି ଏବଂ ସେ ନିଜେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କ ସହିତ ସେୟାର ବି କରିଛନ୍ତି। ଏମି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ଭାବି ସ୍ୱାମୀଙ୍କ ସହିତ ଫଟୋ ସେୟାର କରିଛନ୍ତି।

ଏମି ଇନ୍ଷ୍ଟାଗ୍ରାମ୍ରେ ଫଟୋ ସେୟାର କରି ସେ ଲେଖିଛନ୍ତି, ମୁଁ ଏତେ ଖୁସି ଅଛି କି, ଦୁନିଆର ସର୍ବୋଚ୍ଚସ୍ଥାନରେ ଛିଡା ହୋଇ ଜୋର୍ରେ ଚିତ୍କାର କରିବାକୁ ଇଚ୍ଛା ହେଉଛି। ଏହା ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ। ମୁଁ ତୁମକୁ ଖୁବ୍ଶୀଘ୍ର ଦେଖିବାକୁ ଚାହୁଁଛି। ଆମର ଛୋଟ ଲିବ୍ରା।

ଅଭିନେତ୍ରୀ ଟର୍ଣ୍ଣଡ ମେଡେଲ ନିଜର କୋଟପତି ବୟଫ୍ରେଣ୍ଡ ସହିତ ନୂଆବର୍ଷରେ ନିଜର ନୂଆ ଜୀବନ ଆରମ୍ଭ କରିଥିଲେ। ଏମି ରଜନୀକାନ୍ତଙ୍କ ସୁପରହିଟ୍ ସିନେମା ୨.୦ରେ ରୋବୋଟ ଭୂମିକାରେ ନଜର ଆସିଥିଲେ। ଏମି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ଭାବି ସ୍ୱାମୀଙ୍କ ଫଟୋ ସେୟାର କରି ନିଜ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି।