Odia News Portal

ରାଜ୍ୟର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ ଏହି ଅଭିନେତ୍ରୀ

ଭୁବନେଶ୍ୱର() ରାଜ୍ୟର ଚଳଚ୍ଚିତ୍ର ପୁରସ୍କାର -୨୦୧୮ ଘୋଷଣା ହୋଇଛି । ଚାମ୍ପିୟନରେ ଦାମଦାର ଅଭିନୟ ଲାଗି ଅର୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି ।

ସେହିପରି ‘ଭିଜାମାଟି’ର ସ୍ୱର୍ଗ ପାଇଁ ମିହିର ଦାସ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ।

ଅନ୍ୟପଟେ ଶାନ୍ତିରାଜ ଖୋସଲା ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ , ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ କରୁଣାକର ଏବଂ ଶ୍ରେଷ୍ଠ ଗାୟିକାଭାବେ ଅନ୍ତରା ଚକ୍ରବର୍ତ୍ତୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ ବୋଲି ଜଣାଯାଇଛି। ଶ୍ରେଷ୍ଠ କାହାଣୀକାରଭାବେ ଡି ନିରଞ୍ଜନ ରେଡ୍ଡୀ ଏବଂ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।