ସୋସିଆଲ୍ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ରାନୁ ମଣ୍ଡଳ ହେଉଛନ୍ତି ସେହି ମହିଳା ଯିଏ ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେସନ୍ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ହେଲେ ଏବେ ଭାନୁ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗୀତ ଭାଇରାଲ ହେବାରେ ଲାଗିଛି। ସେ ରାସ୍ତାରେ ବୁଲି କିଶୋର କୁମାରଙ୍କ ‘ ଓ ମେରେ ଦିଲ୍ କି ଚୈନ୍’ ଗୀତ ଗାଉଛନ୍ତି। ଏହାକୁ ଲକ୍ଷେ ୭୪ ହଜାରରୁ ଅଧିକ ଲାଇକ୍ ମିଳିଥିବାବେଳେ ହଜାରେ ୭ଶହ ୩୮ ଥର ଶେୟାର ହୋଇଛି।
