Odia News Portal

ଭୁବନେଶ୍ବରରେ ଧମାଲ ମଚାଇଲେ ନେହା କକ୍କର, ମତୁଆଲା ହେଲେ ଦର୍ଶକ

ଭୁବନେଶ୍ବର (ଚକ୍ରଧର ମାଝି ) : ଭୁବନେଶ୍ୱର ଖଣ୍ଡଗିରି ପଡିଆରେ ବଲିଉଡ ସିଙ୍ଗର ନେହା କକ୍କରଙ୍କ ଜଲଓ୍ଵା । ରକ୍ ମ୍ୟୁଜିକର ତାଳେ ତାଳେ ଦର୍ଶକଙ୍କୁ କଲେ ମତୁଆଲା। ଗୋଟିଏ ପରେ ଗୋଟିଏ ସୁପର ହିଟ ଗୀତରେ ଝୁମିଲା ରାଜଧାନୀ । ମିଲେ ହୋ ତୁମ ହମକୋ, ଆଖେଁ ମାରେ, ଦିଲବର, କାଲା ଚଷମା,

ଲିଫ୍ଟ ତେରି ବନ୍ଦ ଭଳି ଅନେକ ତାଙ୍କର ସୁପରହିଟ ସଙ୍ଗୀତ ପରିବେଷଣ କରିଥିଲେ ନେହା । ଦ୍ୱିତୀୟ ଥର ପାଇଁ ଓଡିଶା ଆସିଥିବା ନେହା ଓଡ଼ିଆ ଭାଷାକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ସୁଯୋଗ ମିଳିଲେ ଓଡିଆ ସଙ୍ଗୀତ ଗାଇବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି ନେହା କକ୍କର