Odia News Portal

ପଞ୍ଜାବର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ଫଟୋ ଭାଇରାଲ

ପଞ୍ଜାବ : ପଞ୍ଜାବର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ହିମାନଶୀ ଖୁରାନ ଅନ୍ୟତମ। ତାଙ୍କ ସୌନ୍ଦର୍ଯ୍ୟ ସାମ୍ନାରେ ଅନ୍ୟମାନେ ଫିକା ପଡ଼ିଯିବେ। ସେ ଜଣେ ଭାରତୀୟ ମଡେଲ ଓ ଅଭିନେତ୍ରୀ। ପଞ୍ଜାବର କୀରତପୁର ସାହିବରେ ହିମାନଶୀ ରହନ୍ତି। ୨୭ ବର୍ଷ ବୟସ୍କା ହିମାନଶୀ ସବୁ ଲୁକ୍‌ରେ ସୁନ୍ଦର ଦେଖା ଯାଆନ୍ତି। ନିକଟରେ ବିଗ୍‌ ବସ୍‌ ସିଜିନ୍୧୩ରେ ସେ ଅଂଶ ଗ୍ରହଣ କରିଥିଲେ। ​‌ହିମାନଶୀ ନିଜର ଷ୍ଟ୍ରେଟ୍‌ ହେୟାର ଖୋଲୁଥିବାର ନଜର ଆସିଥିଲେ।

ଅଧିକାଂଶ ସମୟରେ ସେ ବ୍ରାଇଟ୍‌ ମେକଅପ୍‌ ବ୍ୟବହାର କରି ଥାଆନ୍ତି। ବିଗ୍‌ ବସ୍‌ ସିଜିନ୍ ୧୩ରେ ହିମାନଶୀ ଓ୍ବାଲଡ୍‌ କାର୍ଡରେ ଏଣ୍ଟ୍ରି କରିଥିଲେ। ବିଗ ବସ୍‌ ଘରେ କିଏ ଯଦି ଅଧିକ ଚର୍ଚ୍ଚାରେ ରହି ଥାଆନ୍ତି ସେ ହେଉଛନ୍ତି ପଞ୍ଜାବୀ କଣ୍ଠଶିଳ୍ପୀ ହିମାନଶୀ ଖୁରନା। ମଡେଲିଂରୁ ସେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୮ ମସିହା ୧୬ ବର୍ଷ ବୟସରେ ସେ ମିସ୍‌ ଲୁଧିଆନ ଟାଇଟଲ ଜିତିଥିଲେ।

ଏହା ବ୍ୟତୀତ ୨୦୧୦ ମସିହାରେ ମିସ୍‌ ପଞ୍ଜାବ ପିଟିସିର ଫାଇନାଲିଷ୍ଟରେ ତାଙ୍କ ନାଁ ଥିଲା। ମଡେଲିଂରେ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ୨୦୧୦ ମସିହାରେ ତାଙ୍କର ଏକ ପଞ୍ଜାବି ଭିଡିଓ ଆସିଥିଲା। ୨୦୧୩ ମସିହାରେ ସେ ଗାଇଥିବା ଗୋଟିଏ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା।