Odia News Portal

ଅନେକ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଅମିର ଖାଁ

ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ। ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟରରେ ଅମିରଙ୍କ ସରଦାର ଜୀଙ୍କ ରୂପରେ ଦେଖିବାକୁ ମିଳିଛି। ମୁଣ୍ଡରେ ପଗଡି, ମୁହଁରେ ହାଲ୍‌କା ହସ, ତା’ସହ ବଡ ବଡ ଦାଢିରେ ଅମିର ଏକଦମ୍‌ ନିଆରା ଦେଖାଯାଉଛନ୍ତି। ପୋଷ୍ଟର ଶେୟାର କରି ଅମିର କହିଛନ୍ତି, ‘ସତ୍‌ ଶ୍ରୀ ଅକାଲ୍‌’। ପୋଷ୍ଟରରେ ଅମିରଙ୍କ ଲୁକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି।

ହଲିଉଡ୍‌ କ୍ଲାସିକ୍‌ ଫିଲ୍ମ ‘ଫରେଷ୍ଟ୍‌ ଗମ୍ପ୍‌’ର କାହାଣୀରୁ ପ୍ରେରିତ ହୋଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ଅମିରଙ୍କ ବ୍ୟତୀତ ଏହି ଫିଲ୍ମରେ କରିନା କପୁର ଲିଡ୍‌ ରୋଲ୍‌ରେ ନଜର ଆସିବେ। କିରଣ ରାଓଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ୨୦୨୦ ଖ୍ରୀଷ୍ଟମାସ ଅବସରରେ ରିଲିଜ୍‌ ହେବ।