Odia News Portal

ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣା : ସ୍ୱରା କହିଲେ ନ୍ୟାୟ ନୁହେଁ, ପୋଲିସ ନିୟମ ଭାଙ୍ଗିଛି’

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟରରେ ହତ୍ୟା କରିଛି। ଯାହାକୁ ନେଇ ବଲିଉଡର ଅନେକ କଳାକାର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଏ ପୋଲିସର କାମକୁ ପ୍ରଶଂସା କରିଥିବା ବେଳେ ଆଉ କିଏ ପୋଲିସ ନିୟମ ଭାଙ୍ଗିଛି ବୋଲି ପ୍ରତିକ୍ରିୟା ମିଳିଛି।

ଫିଲ୍ମ ମେକର ଅଶୋକ ପଣ୍ଡିତ କହିଛନ୍ତି, ‘ତେଲଙ୍ଗାନା ପୁଲିସ ଉପରେ କୌଣସି ପ୍ରଶ୍ନ ଉଠିବା ଉଚିତ ନୁହେଁ। ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରି ଭଲ କରିଛି। ପୋଲିସର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମ୍ମାନ ମିଳିବା ଉଚିତ।

ଏହାକୁ ନେଇ ସ୍ୱରା ଭାସ୍କର କହିଛନ୍ତି, ‘ଏହା ନ୍ୟାୟ ହୋଇନାହିଁ। ପୋଲିସ ନିୟମ ଭାଙ୍ଗିଛି। ଯାହା ବହୁତ ଭୁଲ କଥା। ଏମିତିରେ ନ୍ୟାୟିକ ପ୍ରକ୍ରିୟାର କ’ଣ ମୂଲ୍ୟ ରହିଛି ବୋଲି ସ୍ୱରା ପ୍ରଶ୍ନ କରିଛନ୍ତି।