Odia News Portal

ଦିନେ ଜୋତା ସଫା କରୁଥିଵା ଏହି ଯୁବକ, ଆଜି ଇମରାନ୍ ହାସମୀଙ୍କ ଫିଲ୍ମର ସିଙ୍ଗର୍

ମୁମ୍ବାଇ :  ଇଣ୍ଡିଆନ ଆଇଡଲ୍ ଏପରି ଏକ ସୋ ଅଟେ, ଯାହା କାହାର ଜୀବନକୁ ପରିବର୍ତ୍ତନ କରିପାରେ। ଏହି ରିୟଲିଟି ସୋ ଯୁବକଙ୍କୁ ନୂଆ ପରିଚୟ ପ୍ରଦାନ କରିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ସନୀ ହିନ୍ଦୁସ୍ତାନୀ। ସେ ଇଣ୍ଡିଆନ ଆଇଡଲ୍ ଚଳିତ ସିଜିନର ଜଣେ ପ୍ରତିଯୋଗୀ। ସେ ନିଜ ସୁନ୍ଦର କଣ୍ଠରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି। ସେ ନୁସରତ ପତେହ ଅଲ୍ଲୀଖାନଙ୍କ କବାଲିକୁ ଅତି ସୁନ୍ଦର ଭାବେ ଗାଉଛନ୍ତି।

ଏବେ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ସନୀଙ୍କ ଗୀତରେ ଖୁସି ହୋଇ ତାଙ୍କୁ ଏକ ଚଳଚ୍ଚିତ୍ରରେ ଗାଇବା ପାଇଁ ସୁଯୋଗ ମିଳିଛି। ସେ ଇମରାନ ହାସମୀଙ୍କ ‘ଦ ବଡି’ ଫିଲ୍ମରେ ଗୀତ ଗାଇଛନ୍ତି। ସେ ‘ରୋମ ରୋମ୍’ ଗୀତରେ ନିଜ ସ୍ୱର ଦେଇଛନ୍ତି। ଏହା ପଛରେ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀଙ୍କ ବହୁତ ବଡ ହାତ ରହିଛି।

ସନୀ ଏକ ବହୁତ ଗରୀବ ପରିବାରରୁ ଆସିଛନ୍ତି। ସେ ତାଙ୍କ ପିଲାଦିନେ ଜୋତା ପଲିସ କରୁଥିଲେ। କିନ୍ତୁ ଆଜି ସେ ତାଙ୍କ ପରିଶ୍ରମ ହେତୁ ନୂଆ ଲକ୍ଷ୍ୟ ହାସଲ କରିଛନ୍ତି। ଆଜି ସାରା ଦେଶ ତାଙ୍କ ସ୍ୱର ପାଇଁ ପାଗଳ ହେଉଛି।