ନିକଟରେ ସ୍କୁଲର ଆନୁଆଲ୍ ପ୍ରୋଗ୍ରାମରେ ଲିପଷ୍ଟିକ୍ ଲଗାଇଥିବା ଶାହରୁଖ୍ ଖାନଙ୍କ ସାନ ପୁଅ ଅବରାମଙ୍କ ଫଟୋ ଖୁବ୍ ଚର୍ଚ୍ଚାରେ ଥିଲା । ବାପାଙ୍କ ହାତ ଧରି ଅବରାମ ଉଠାଇଥିବା କ୍ୟୁଟ ଫଟୋ ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏବେ ଅବରାମଙ୍କ ଫଟୋ ସୁଟ୍ ସମୟର କିଛି ଫଟୋ ସାମ୍ନାକୁ ଆସିଛି । ଯାହାକୁ ମାଆ ଗୌରୀ ଖାନ୍ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଆପଣ ନିହାତୀ ଭାବିବେ ଏକୌଣସି ଜଣେ ପ୍ରଫେସନାଲ୍ ମଡେଲର ।
ଏହି ଫଟୋରେ ଅବରାମ ଗ୍ରାଫିକ ଟି,ବମ୍ପର ଜ୍ଯାକେଟ ଏବଂ ଜାଗରର୍ସ ପିନ୍ଧିଥିବାର ନଜର ଆସୁଛନ୍ତି । ଯେଉଁ ଫଟୋ ଗୁଡିକ ଖୁବ୍ ସୁନ୍ଦର ହୋଇଛି । ଏହି ଫଟୋ ଗୁଡିକରେ ଅବରାମ କ୍ୟାମେରା ଫ୍ରେଣ୍ଡଲି ମୋଡରେ ନଜର ଆସୁଛନ୍ତି । ମା ଗୌରୀ ଫଟୋ ଗୁଡିକରେ ଅବରାମଙ୍କ ଲୁକ୍ ଆଉ କନଫିଡେନ୍ସକୁ ଦେଖି ଲେଖିଛନ୍ତି କି, ‘ସାୟଦ୍ କ୍ୟାମେରା ସେ ପ୍ୟାର ହେ’ ।
ତେବେ ଅବରାମ ଷ୍ଟାର କିଡ୍ ମାନଙ୍କ ମଧ୍ଯରେ ଜଣେ ଯିଏ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ସେ ସର୍ବଦା କ୍ଯାମେରା ସାମ୍ନାରେ ଫଟୋ ଉଠାଇବା ପାଇଁ ପୋଜ୍ ଦେଇଥାନ୍ତି । ନିକଟରେ ଶାହରୁଖଙ୍କ ସହିତ ତାଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଚଳିତ ବର୍ଷ ଅବରାମ ତାଙ୍କର ୬ଷ୍ଠ ତମ ବାର୍ଥ ଡେ ସେଲିବ୍ରେଟ କରିଛନ୍ତି । ତାଙ୍କ ବାର୍ଥ ଡେ ପାର୍ଟିର ଫଟୋ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଟିଥିଲା ।
