Odia News Portal

ସେଲିବ୍ରେସନ୍‌ କଲେ ଦୀପିକା ପାଦୁକୋନ୍‌

ବଲିଉଡ୍‌ ଜଗତର ଆଗଧାଡ଼ିର ନାୟିକା ଦୀପିକା ପାଦୁକୋନ୍‌ଙ୍କ ଆଜି ଜନ୍ମଦିନ। ଆଜି ଅର୍ଥାତ୍‌ ଜାନୁୟାରୀ ୫ ତାରିଖରେ ଦୀପିକା ୩୪ ବର୍ଷ ବୟସରେ ପାଦ ଥାପିଛନ୍ତି। ବର୍ତ୍ତମାନ ଛପାକ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ଦୀପିକା ଜନ୍ମଦିନ ପୂର୍ବରୁ ହିଁ ବର୍ଥ ଡେ ସେଲିବ୍ରେଟ୍‌ କରିଛନ୍ତି। ଜନ୍ମଦିନର ପ୍ରଥମ କେକ୍‌ ଦୀପିକା ଛପାକ୍‌ ଟିମ୍‌ ସହ କାଟିଛନ୍ତି।

ଦୀପିକା ପାଦୁକୋନ୍‌, ବିକ୍ରାନ୍ତ ମେସି ଓ ମେଘନା ଗୁଲଜାର ବର୍ତ୍ତମାନ ମୁମ୍ବାଇରେ ଫିଲ୍ମର ପ୍ରମୋସନ୍‌ କରୁଛନ୍ତି। ଗତକାଲି ପ୍ରମୋସନ୍‌ ପରେ ଟିମ୍‌ ତାଙ୍କ ପାଇଁ କେକ୍‌ ନେଇ ଆସିଥିଲେ। କେକ୍‌ କାଟି ଦୀପିକା ଗୋଟିଏ ଦିନ ପୂର୍ବରୁ ନିଜ ଜନ୍ମଦିନ ପାଳନ କରିଥିଲେ।

ବର୍ଥ ସେଲିବ୍ରେସନ୍‌ର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଫ୍ୟାନ୍‌ମାନେ ଦୀପିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଉତ୍ତରୋତ୍ତର ଉନ୍ନତି କାମନା କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଦୀପିକାଙ୍କ ଆଗାମୀ ଫିଲ୍ମ ଛପାକରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମେସି ନଜର ଆସିବେ। ଫିଲ୍ମରେ ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ୧୦ ତାରିଖରେ ଫିଲ୍ମ ମୁକ୍ତିଲାଭ କରିବ।