Odia News Portal

‘ବାଗୀ ୩’ ସେଟ୍‌ରୁ ଲିକ୍‌ ହେଲା ଫଟୋ

ବଲିଉଡ୍‌ରେ ଶାନଦାର ଆକ୍ସନ ଏବଂ ଡ୍ୟାନ୍ସିଂ ସ୍କିଲ୍‌ରେ ଦର୍ଶକଙ୍କ ମନରେ ଘର କରିଥିବା ଅଭିନେତା ଟାଇଗର ସ୍ରଫ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଟାଇଗରଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୋଲିସ ଅଧିକାରୀ ତାଙ୍କୁ ଗିରଫ୍‌ କରୁଥିବାର ନଜର ଆସିଛନ୍ତି। ଏହି ଫଟୋରେ ଟାଇଗର ସ୍ରଫ୍‌ ପୋଲିସ ଗାଡିରେ ବସିଥିବାର ମଧ୍ୟ ନଜର ଆସିଛନ୍ତି। ଏହି କଥା ଶୁଣିବା ପରେ ଆପପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ପ୍ରଶ୍ନ ଉଠୁଥିବ କାହିଁକି ଟାଇଗର ସ୍ରଫ୍‌ ଙ୍କୁ ପୋଲିସ ଗିରଫ୍‌ କଲା। କିନ୍ତୁ ଆମେ ଆପଣଙ୍କୁ କହି ରଖଛୁ ଏହି ଫଟୋରେ ଥିବା ଦୃଶ୍ୟ ସତ୍ୟ ନୁହେଁ, ଏହି ଫଟୋ ତାଙ୍କର ଆଗାମୀ ଫିଲ୍ମ ‘ବାଗୀ ୩’ ସୁଟିଂ ସେଟ୍‌ ରୁ ଲିକ୍‌ ହୋଇଛି। ଏହି ଫଟୋକୁ ଟାଇଗରଙ୍କ ଫ୍ୟାନ କ୍ଲବ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଟାଇଗରଙ୍କ ଏହି ଫଟୋ ବ୍ୟତୀତ ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ‘ବାଗୀ ୩’ ସେଟ୍‌ ରେ ଦର୍ଶକଙ୍କ ଜବରଦସ୍ତ ଭିଡ ଜମିଛି।

ଟାଇଗର ସ୍ରଫ୍‌ ଙ୍କ ‘ବାଗୀ’ ସିରିଜ୍‌ ର ତୃତୀୟ ଫିଲ୍ମରେ ଜବରଦସ୍ତ ଆକ୍ସନ ରହିଛି। ବହୁତ ଦିନରୁ ମଧ୍ୟ ଏହି ଫିଲ୍ମର ପ୍ରସ୍ତୁତି ଆାରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି। ଏହି ପିଲ୍ମରେ ଟାଇଗର ସ୍ରଫ୍‌ ଶ୍ରଦ୍ଧା କପୁରଙ୍କ ସହ ରୋମାନ୍ସ କରିବାର ମଧ୍ୟ ନଜର ଆସିଛନ୍ତି। ଏହା ପୂର୍ବରୁ ‘ବାଗୀ ୨’ରେ ତାଙ୍କ ସହ ଦିଶା ପଟାନୀ ନଜର ଆସିଥିଲେ। ସୂଚନା ମୁତାବକ ରାଜସ୍ଥାନର ଜୟପୁରରେ ‘ବାଗୀ ୩’ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି।

ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ଟାଇଗରଙ୍କ ସହ ଅଭିନେତା ରିତେଶ ଦୋମୁଖ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ନିର୍ଦେଶନା କରିଛନ୍ତି ଅହମଦ ଖାନ। ସୁଟିଂ ସେଟ୍‌ ରେ ପୋଲିସ ପୋଷାକ ପିନ୍ଧିଥିବା ରିତେଶଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି କିନ୍ତୁ ଫିଲ୍ମର କାହାଣୀ ସହ ଜଡିତ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଏହି ଫିଲ୍ମରେ ଆଶୁତୋଷ ରାଣା, ଚକି ପାଣ୍ଡେ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଭଳି ବଡ ବଡ କଳାକାରମାନେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।