Odia News Portal

ପୁଣି ଗାନ୍ଧିଗିରି କରିବେ ସଂଜୟ ଦତ୍ତ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ମୁନ୍ନା ଭାଇ’ ପୁଣି ଚର୍ଚ୍ଚାରେ। ଫିଲ୍ମର ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ସଂଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଆଣୁଛନ୍ତି ଖୁସି ଖବର। ବିଧୁ ପୁଣି ଏହି ସିରିଜର ତୃତୀୟ ଫିଲ୍ମ ଉପରେ କାମ କରିବାକୁ ଯାଉଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ସଂଜୟ ଦତ୍ତ ନଜର ଆସିବାକୁ ଥିବା ବେଳେ ଅନ୍ୟ ଷ୍ଟାରକାଷ୍ଟକୁ ନେଇ କୌଣସି ସ୍ପଷ୍ଟୋକ୍ତି ଦିଆଯାଇନାହିଁ। ଏହି ଫିଲ୍ମର ସୁଟିଂ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। କିନ୍ତୁ ଏଥିରେ ସର୍କିଟ ଭୂମିକାରେ ଅରସଦ ଓ୍ଵାରସୀ ନଜର ଆସିବେ ନା ନାହିଁ ତାହା ଜଣାପଡିନାହିଁ।

ସୂଚନାଯୋଗ୍ୟ, ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିମିର୍ତେ ଫିଲ୍ମ ‘ ମୁନ୍ନାଭାଇ ଏମ୍‌ବିବିଏସ୍‌’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା। ତା ପରେ ଏହି ଫିଲ୍ମ ସିକ୍ୱେଲ ଫିଲ୍ମ ‘ଲଗେ ରହୋ ମୁନ୍ନାଭାଇ’ ମଧ୍ୟ ଭଲ ଆୟ କରିଥିଲା।