Odia News Portal

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ କଲେ ମଡେଲ ପୁନମ୍‌, ଆସନ୍ତୁ ଜାଣିଵା ପୂରା ମାମଲା

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ସୌରଭ କୁଶଓ୍ଵାହାଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ କରିଛନ୍ତି ଆକ୍ଟ୍ରେସ୍‌ ତଥା ମଡେଲ ପୁନମ୍‌ ପାଣ୍ଡେ। ପୋଲିସରେ ଏତଲା ଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁନମ୍‌ଙ୍କ ଅଭିଯୋଗ ଅନୁଯାୟୀ, ଦେଶ ଏବଂ ଦେଶ ବାହାରୁ ତାଙ୍କୁ ବାରମ୍ବାର ଅଜଣା କଲ୍‌ ଆସୁଛି। ଗତବର୍ଷ ଜୁନ୍‌ରେ ଏକ ଟ୍ୟାଗ୍‌ଲାଇନ(Call Me, I Strip for You) ସହିତ ତାଙ୍କ ଆପ୍‌ରେ ଅଶ୍ଳୀଳ ଲେଖା ଅପ୍‌ଲୋଡ ହୋଇଥିଲା।

ସେ ଦାବି କରିଛନ୍ତି ଯେ ଏହି ଆପ୍‌କୁ ରାଜ୍‌ କୁନ୍ଦ୍ରାଙ୍କ କମ୍ପାନୀ ସଞ୍ଚାଳିତ କରୁଥିଲା। ସେ ୧ ମାସ ପରେ ହିଁ ନିଜ ଆପ୍‌ ଏବଂ କୁନ୍ଦ୍ରାଙ୍କ କମ୍ପାନୀ ସହିତ ସମ୍ପର୍କ ଛିନ୍ନ କରିଛନ୍ତି। କିନ୍ତୁ ଅନୁବନ୍ଧନ ଶେଷ ହେବା ପରେ ବି ତାଙ୍କ ଆପ୍‌କୁ ସକ୍ରିୟ ରଖାଯାଇଥିଲା ଏବଂ ତାଙ୍କର ବ୍ୟକ୍ତିଗତ ଫଟୋ ଓ ନମ୍ବର ଜାରି କରାଯାଇଥିଲା। ଏଥିରେ କିଛି ଖରାପ କଥା ମଧ୍ୟ ଉଲ୍ଲେଖ ରହିଥିଲା। ଯେଉଁ କାରଣରୁ ତାଙ୍କୁ ବିଭିନ୍ନ ଆଡୁ କଲ୍‌ ଆସୁଛି ଏବଂ ସେ ସମସ୍ୟାରେ ପଡ଼ିଛନ୍ତି ବୋଲି ପୁନମ୍‌ ଅଭିଯୋଗରେ ଦର୍ଶାଇଛନ୍ତି।

ଏହି ଅଭିନେତ୍ରୀ ଜଣକ ଆହୁରି କହିଛନ୍ତି ଯେ ‘ମାର୍ଚ୍ଚ ୨୦୧୯ରେ ମୁଁ ମୋ ନାଁରେ ଏକ ଆପ୍‌ ବନାଇବା ପାଇଁ ଉକ୍ତ କମ୍ପାନୀର ସହଯୋଗ ନେଇଥିଲି। ଆପ୍‌ ଦ୍ୱାରା ରୋଜଗାର ହେବାକୁ ଥିବା ଅର୍ଥକୁ ନେଇ ଆମ ଭିତରେ ଏକ ବୁଝାମଣା ହୋଇଥିଲା। କିନ୍ତୁ ପରେ ମୋତେ ଏହା ଭୁଲ୍‌ ବୋଲି ଲାଗିଥିଲା। ତେଣୁ ମୁଁ ତୁରନ୍ତ ଏହାଠାରୁ ଦୂରେଇ ଯାଇଥିଲି ଏବଂ ଏ ବାବଦରେ କମ୍ପାନୀକୁ ମଧ୍ୟ ଜଣାଇ ଦେଇଥିଲି’।

‘ଏପରି କି, ଲୋକେ ମୋତେ ଅଶ୍ଳୀଳ ଫଟୋ ଏବଂ ପର୍ଣ୍ଣ ଭିଡିଓ ସବୁ ପଠାଉଥିଲେ। ଆଉ ଏଥିପାଇଁ ମୋତେ ୩ ମାସ ଲାଗି ଦେଶ ଛାଡ଼ିବାକୁ ପଡ଼ିଥିଲା। ଭାବିଥିଲି, ସବୁକିଛି ଠିକ୍‌ ହୋଇଯିବ, କିନ୍ତୁ ଯେମିତି ଫେରିଛି, ଏହା ପୁଣିଥରେ ଆରମ୍ଭ ହୋଇଯାଇଛି’ ବୋଲି ପୁନମ୍‌ କହିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ‘ଡିସେମ୍ବର ୭ରେ ସେ ପୋଲିସରେ ଏତଲା ଦେଇଥିଲେ। କିନ୍ତୁ ପୋଲିସ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ବିରୋଧରେ କାଯ୍ୟର୍ାନୁଷ୍ଠାନ ନେବାକୁ ମନା କରିଦେଇଥିଲା, ଯେଉଁଥିପାଇଁ ତାଙ୍କୁ ହାଇକୋର୍ଟ ଯିବାକୁ ପଡ଼ିଛି’। ସେପଟେ ରାଜ୍‌ କୁନ୍ଦ୍ରା କହିଛନ୍ତି ଯେ ସେ ଡିସେମ୍ବର ୨୦୧୯ରେ ହିଁ ସମ୍ପୃକ୍ତ କମ୍ପାନୀକୁ ଛାଡ଼ିସାରିଛନ୍ତି।