ମୁମ୍ବାଇ : ଯେତେବେଳେ କଥା ଷ୍ଟାଇଲର ଆସେ ସେତେବେଳେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା ଟ୍ରେଣ୍ଡ ସେଣ୍ଟରରେ ରୁହନ୍ତି । ତେବେ ସେ ଏପର୍ଯ୍ୟନ୍ତ ବଲିଉଡରେ ନିଜ ପରିଚୟ ବନାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ନିଜ ଷ୍ଟାଇଲରେ ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥାନ୍ତି ।
ନିକଟରେ ସେ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ସେ ବ୍ଲୁ ବିକିନି ଟପ୍ ଓ ବ୍ଲୁ ଜିନ୍ସ ପିନ୍ଧି ନଜର ଆସୁଛନ୍ତି । ଏହି ଫଟୋ ସବୁ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ସୌନ୍ଦର୍ଯ୍ୟା ନିକଟରେ ୱେବ୍ ସିରିଜ ‘ରକ୍ତାଞ୍ଚଳ’ ସାଇନ୍ କରିଛନ୍ତି । ରିପୋର୍ଟ ଅନୁସାରେ ଏହି ୱେବ୍ ସାରିଜ ୧୯୮୦ ଦଶକ ଉତ୍ତର ପ୍ରଦେଶ ଉପରେ ଆଧାରିତ ।
ସୋନ୍ଦର୍ଯ୍ୟା ନିଜ ଲୁକ୍ସକୁ ନେଇ ଏବେ ପ୍ରଶଂସା ଉପରେ ପ୍ରଶଂସା ସାଉଁଟୁଛନ୍ତି । ଏହା ପୂର୍ବରୁ ସୌନ୍ଦର୍ଯ୍ୟା ବାଥଟବ ଫଟୋସୁଟରେ ଲୋକଙ୍କ ହୃଦୟ ଜିତିଦେଇଥିଲେ । ଏହି ଫଟୋ ସୁଟକୁ ନେଇ କିଛି ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ ।