Odia News Portal

ମହାଭାରତ’ରେ ନଜର ଆସିବେ ଦୀପିକା

ମୁମ୍ବାଇ :  ଅନେକ ସମୟ ଧରି ଏହି କଥାକୁ ନେଇ ଚର୍ଚ୍ଚା ଚାଲିଛି ଯେ ଦୀପିକା ପାଦୁକୋନ୍ ଫିଲ୍ମ ମହାଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏବଂ ଫିଲ୍ମରେ ସେ ଦ୍ରୌପଦୀ ଭୂମିକାରେ ନଜର ଆସିବେ । ଦୀପିକା ପ୍ରଡ୍ୟୁସର ମଧୁ ମଣ୍ଟେନାଙ୍କ ସହ ମିଶି ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କଥା ଜୋର ଧରିଥିଲା । କିନ୍ତୁ ଏବେ ପ୍ରଥମ ଥର ପାଇଁ ଦୀପିକା ମହାଭାରତ ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ଦୀପିକା ଏହି ଫିଲ୍ମକୁ ନେଇ ଅନେକ ରହସ୍ୟ ଖୋଲିଛନ୍ତି । ସେ ଏହା ମାନିଛନ୍ତି କି ଏହି ଫିଲ୍ମ ନିର୍ମାଣ ହେଉଛି । ଏହି ଫିଲ୍ମକୁ ନେଇ ସେ ଆଗକୁ କହିଛନ୍ତି କି ଏହା କୌଣସି ସାଧାରଣ ପ୍ରୋଜେକ୍ଟ ନୁହେଁ । ଏହା ପଛରେ ବଡ ଟିମ୍ ଅଛି ଏବଂ ପୁରା ଟିମ୍ ବହୁତ ପରିଶ୍ରମ କରୁଛି ।

ବଜେଟ୍
ନିଜର ଏହି ଇଣ୍ଟରଭ୍ୟୁରେ ଦୀପିକା ପାଦୁକୋନ୍ ଆଗକୁ କହିଛନ୍ତି କି ଏବେ ବଜେଟ୍ ନେଇ କିଛି ଖୁଲାସା କରାଯିବନି । ତେବେ ସେ କହିଛନ୍ତି ଯେ ସେ ବହୁତ ବିଚାର କରିବା ପରେ ଏହି ପ୍ରୋଜେକ୍ଟ ପାଇଁ ଆଗକୁ ବଢିଥିଲେ ।

କାଷ୍ଟ ଆଣ୍ଡ କ୍ରୁ
ଦୀପିକା ଆଗକୁ କହିଛନ୍ତି କି ଗତ ଦିନରେ ଛପାକର ପ୍ରମୋଶନରେ ସେ ବହୁତ ବ୍ୟସ୍ତ ଥିଲେ । ଏହି କାରଣରୁ ସେ ଏହି ଫିଲ୍ମ ଉପରେ ଆଲୋଚନା କରିବା ପାଇଁ ସମୟ ପାଇଲେନି । ଯଦିଓ ଫିଲ୍ମ ଉପରେ କାମ ଆରମ୍ଭ ହୋଇଯାଇଛି ତେବେ କାଷ୍ଟ ଓ କ୍ରୁକୁ ନେଇ କିଛି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇନି । ମହାଭାରତ ଏକ ବିଚାର ଏବଂ ଏହାକୁ ଅନ୍ୟ ଫିଲ୍ମ ଭଳି ନିର୍ମାଣ କରିହେବନି । ଏହି ଫିଲ୍ମର ପ୍ରଡକ୍ସନଠୁ ଆରମ୍ଭ କରି କଷ୍ଟ୍ୟୁମ୍ସରେ ମଧ୍ୟ ପରିଶ୍ରମ କରିବାକୁ ପଡିବ । ଏହି ପରିଶ୍ରମ ୫ ଗୁଣା ଅଧିକ ହେବ । ଏହା ତାଙ୍କ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ହେବ ବୋଲି ଦୀପିକା କହିଛନ୍ତି ।

ତେବେ ଆଗାମୀ ଫିଲ୍ମ କଥା କହିବା ତ ଦୀପିକା ଖୁବ ଶୀଘ୍ର ପତି ରଣବୀର ସିଂଙ୍କ ସହିତ ଫିଲ୍ମ ‘୮୩’ରେ ନଜର ଆସିବେ । ଏହି ଫିଲ୍ମ ୧୦ ଏପ୍ରିଲ ୨୦୨୦ରେ ରିଲିଜ ହେବ ।