Odia News Portal

ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡ : ଫଟୋସୁଟ୍ କଲେ ଷ୍ଟାର୍ସ, ସନ୍ନି

ମୁମ୍ବାଇ : ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ୨୦୨୦ ଆଉଟ୍ ହୋଇଯାଇଛି । ଏଥର ତାଙ୍କ କ୍ୟାଲେଣ୍ଡର ସୁଟ୍ ବହୁତ ବୋଲ୍ଡ ଏବଂ ବ୍ୟୁଟିଫୁଲ୍ ହୋଇଛି । ଡବ୍ବୁଙ୍କ କ୍ୟାଲେଣ୍ଡରରେ ଅନେକ ଅଭିନେତ୍ରୀ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ଭୂମି ପେଡନେକର, କିଆରା ଆଡଭାନୀ, ସନ୍ନି ଲିଓନି ଫଟୋସୁଟ୍ ପାଇଁ ନ୍ୟୁଡ୍ ହୋଇଛନ୍ତି । ବିଦ୍ୟା ବଲାନ୍ ବାଥରୁମରେ ଫଟୋସୁଟ୍ କରାଇଛନ୍ତି ।

ଫଟୋସୁଟ୍ ପାଇଁ ନ୍ୟୁଡ୍ ହେଲେ ସନ୍ନି ଲିଓନି
ଏହି ଫଟୋସୁଟ୍ ପାଇଁ ବିଦ୍ୟା ବଲାନ୍ ହ୍ୱାଇଟ୍ କଲରରେ ବାଥରୋବରେ ନଜର ଆସିଛନ୍ତି । କର୍ଲି ହେୟାର ଓ ନ୍ୟୁଡ୍ ମେକଅପ୍ ତାଙ୍କ ଲୁକକୁ ଆହୁରି ସୁନ୍ଦର କରୁଛି । ବିଦ୍ୟା ଏହି ଫଟୋସୁଟରେ ବହୁତ ଗ୍ଲାମର୍ସ ଦେଖାଯାଉଛନ୍ତି । ଫଟୋ ସେୟାର କରି ବିଦ୍ୟା ଲେଖିଛନ୍ତି This is my 2020 #DabboRarnani calendar shot 😘… @dabbooratnani.

ଅନ୍ୟପଟେ ସନ୍ନି ଲିଓନି ଭୂମିରେ ବସି ଏକ ବଡ ଡାଏରୀ ହାତରେ ଧରି ପୋଜ୍ ଦେଇଥିବା ନଜର ଆସୁଛନ୍ତି । ଫଟୋସୁଟ୍ ପାଇଁ ସନି ଲିଓନି ମଧ୍ୟ ନ୍ୟୁଡ୍ ମେକଅପ୍ ନେଇଛନ୍ତି । କହିରଖୁଛୁ ଫଟୋସୁଟ୍ ପାଇଁ ଭୂମି ପେଡନେକର ବାଥଟବରେ ପୋଜ୍ ଦେଇଛନ୍ତି । କିଆରା ଆଡଭାନୀଙ୍କ ଫଟୋସୁଟ୍ ମଧ୍ୟ ଦମଦାର୍ ଥିଲା ।