Odia News Portal

‘ପ୍ରତିଦିନ ଆପଣଙ୍କୁ ମନେ ପକାଉଛି’ : ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୨ ବର୍ଷ ପୂରିଛି। ୨୦୧୮ ମସିହାରେ ଦୁବାଇଠାରେ ଆଜିର ଦିନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବଲିଉଡ୍‌ର ଏହି ଚୁଲ୍‌ବୁଲି ନାୟିକା। ତାଙ୍କର ମୃତ୍ୟୁ ଏତେ ଅଚାନକ ଥିଲା ଯେ ସାରା ବଲିଉଡ୍‌ ଜଗତ ସ୍ତବ୍ଧ ହୋଇଯାଇଥିଲା। ଆଜି ତାଙ୍କ ଦ୍ୱିତୀୟ ପୁଣ୍ୟତିଥିରେ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କପୁର ଏକ ପୁରୁଣା ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରି ମା’ଙ୍କୁ ମନେ ପକାଇଛନ୍ତି।

ମା’ଙ୍କ ସହ ଫଟୋ ସେୟାର କରି ଜାହ୍ନବୀ କ୍ୟାପସନ୍‌ରେ ଲେଖିଛନ୍ତି ‘ପ୍ରତିଦିନ ଆପଣଙ୍କୁ ମନେ ପକାଉଛି’। ଜାହ୍ନବୀଙ୍କ ଏହି ଇମୋଶନାଲ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ମାନେ ମଧ୍ୟ କମେଣ୍ଟ ମାଧ୍ୟମରେ ହଓ୍ଵା ହଓ୍ଵାଇ ଗର୍ଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ୫୪ ବର୍ଷ ବୟସରେ ୨୦୧୮ ମସିହା ଫେବ୍ରୁଆରୀ ୨୪ ତାରିଖରେ ଦୁବାଇର ଏକ ହୋଟେଲରେ ବାଥଟବ୍‌ରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଫିଲ୍ମ ‘ଚାନ୍ଦିନୀ’ରେ ଦମ୍‌ଦାର ଅଭିନୟ କରି ଶ୍ରୀଦେବୀ ଲୋକପ୍ରିୟ ହୋଇଥିଲେ।