ଅଭିନେତ୍ରୀ ବିପାଶା ବସୁ ଏବେ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ମାଳଦ୍ୱୀପରେ ଏହି ଲଭ ବାର୍ଡ ଖୁବ୍ ମସ୍ତି କରୁଥିବା ଦେଖାଯାଇଛି। ମାଳଦ୍ୱୀପରେ ରୋମାନ୍ସ କରୁଥିବା ବେଳର ଫଟୋକୁ ନିକଟରେ ବିପାଶା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ଉଭୟେ ପତି ପତ୍ନୀ ସମୁଦ୍ରକୂଳରେ ରୋମାଣ୍ଟିକ୍ ପୋଜ୍ ଦେଉଥିବା ଦେଖାଯାଇଛି। ବିପାଶା ସେୟାର କରିଥିବା ଏକ ଫଟୋରେ ସେ କରଣଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି।
ରିପୋର୍ଟ ମୁତାବକ ରବିବାର କରଣ ସିଂହ ଗ୍ରୋଭରଙ୍କ ଜନ୍ମ ଦିନ ଥିଲା। ସେ ଏବେ ୩୮ ବର୍ଷରେ ପାଦ ଥାପିଛନ୍ତି। ନିଜ ଜନ୍ମ ଦିନକୁ ସେଲିବ୍ରେଟ୍ କରିବା ପାଇଁ ଉଭୟେ ମାଳଦ୍ୱୀପ ଯାଇଛନ୍ତି।
ବିପାଶା ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଥିବା ଫଟୋରେ ଉଭୟେ ସୁଇମିଂପୁଲରେ ଥିବା ଦେଖାଯାଇଛି। ଫଟୋକୁ ସେୟାର କରି ବିପାଶା ଲେଖିଛନ୍ତି ‘ମୋ ପ୍ରତ୍ୟେକ କାମରେ ପାର୍ଟନର ସହ ମୋର ଆଉ ଏକ ଭେକେସନ୍ ଠିକ ରହିଲା’।
ସୂଚନାଯୋଗ୍ୟ ଯେ କରଣ ଓ ବିପାଶା ୩୦ ଏପ୍ରିଲ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଚଳିତବର୍ଷ ତାଙ୍କ ବିବାହକୁ ୪ ବର୍ଷ ପୂରିବାକୁ ଯାଉଛି।