Odia News Portal

ସୋସିଆଲ୍‌ ମିଡିଆରେ ଚର୍ଚ୍ଚା, ଯୁବ ନେତାଙ୍କୁ ବିବାହ କରିବେ ଝିଲିକ୍‌

କଟକ : ଝିଲିକ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ବଙ୍ଗୀୟ ସୁନ୍ଦରୀ । ସେ ଓଡ଼ିଶାର ଜଣେ ଆଗଧାଡ଼ିର ଯୁବ ନେତାଙ୍କୁ ବିବାହ କରିବାକୁ ଯାଉଥିବା ଏଇ କିଛି ଦିନ ହେବ ବିଭିନ୍ନ ସୋସିଆଲ୍‌ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେଉଛି ।

ଓଡ଼ିଶାରେ ନିଜର ବିବାହ କରୁଥିବା ଖବରକୁ ଖଣ୍ଡନ କରିନଥିଲେ ବି ସମୟକୁ ଅପେକ୍ଷା କରିବାକୁ କହିଛନ୍ତି । ସେ ଯେଉଁ ଯୁବ ନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି ଆମେ ତାଙ୍କୁ ଯୋଗାଯୋଗ କରିଥିଲେ ବି ସେ କହିଛନ୍ତି ଏହା ଏକ ଉଡ଼ା ଖବର । ସମୟ ଆସିଲେ ସବୁ କିଛି ଜଣାପଡ଼ିବ ।

ସୂଚନା ଅନୁସାରେ ବହୁତ ଶୀଘ୍ର ଏହି ଅଭିନେତ୍ରୀ-ଯୁବନେତାଙ୍କର ବାହାଘର ବିଷୟରେ ବିଧିବଦ୍ଧ ଭାବରେ ଘୋଷଣା କରାଯିବ । ‘ଟାର୍ଗେଟ’ ଚଳଚ୍ଚିତ୍ରରୁ ଅମ୍ଲାନଙ୍କ ବିପକ୍ଷରେ ଅଭିନୟ ଜଗତରେ ପାଦ ଥାପିଥିବା ଝିଲିକ୍‌ ପରେ ପରେ ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଏବଂ ବାବୁସାନ ମହାନ୍ତି, ଜ୍ୟୋତିଙ୍କ ବିପକ୍ଷରେ ଅଭିନୟ କରି ଓଡ଼ିଶାର ଜଣେ ପ୍ରତିଷ୍ଠିତ ନାୟିକା ଭାବେ ନାଁ କମାଇ ସାରିଛନ୍ତି ।

‘ଆଖିରେ ଆଖିରେ’, ‘ଅଗସ୍ତ୍ୟ’, ‘ଜଗା ହାତରେ ପଘା’, ‘ତୁ ମୋ’ ହିରୋ’, ‘ଦିଲ୍‌ କା ରାଜା’, ‘ଲେଖୁ ଲେଖୁ ଲେଖିଦେଲି’ ଆଦି ଅନେକ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି । ଆଗକୁ ତାଙ୍କ ଅଭିନୀତ ସିନେମା ‘ବାଜିବଲୋ ସାହାନାଇ’ ମଧ୍ୟ ମୁକ୍ତି ପ୍ରତୀକ୍ଷାରେ ରହିଛି । ଏବେ ତାଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି ।