Odia News Portal

ବଲିଉଡକୁ ଫେରୁଛନ୍ତି ଥ୍ରୀଲର, ହରର ଏବଂ ସେକ୍ସ ଡୋଜ ଦେଉଥିବା ନିର୍ଦ୍ଦେଶକ

ଭାରତୀୟ ଦର୍ଶକଙ୍କୁ ଥ୍ରୀଲର, ହରର ଏବଂ ସେକ୍ସ ଡୋଜ ଦେଉଥିବା ନିର୍ଦ୍ଦେଶକ ରାମଗୋପାଳ ବର୍ମା ପୁଣିଥରେ ବଲିଉଡକୁ କମ୍‌ବ୍ୟାକ କରିବାକୁ ଯାଉଛନ୍ତି। ମାର୍ଶଲ ଆର୍ଟ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ରାମଗୋପାଳ ବର୍ମା। ଫିଲ୍ମର ନାମ ରହିଛି ‘ଏଣ୍ଟର ଦ ଗର୍ଲ ଡ୍ରାଗନ’। ଯେଉଁଥିରେ ରାମ ଗୋପାଳ ବର୍ମା ନୂଆ ମୁହଁ ଦର୍ଶକଙ୍କ ସହିତ ପରଚିତ କରାଇବେ।

ଫିଲ୍ମ ଇଣ୍ଡଷ୍ଟ୍ରୀକୁ ରାମଗୋପାଳ ଦୀର୍ଘ ସାତ ବର୍ଷ ପରେ ଫେରିବାକୁ ଯାଉଛନ୍ତି। ଏହି ନୂଆ ଫିଲ୍ମରେ ଭରପୂର ଆକ୍ସନ ରହିବ। ଯେଉଁଥିରେ ନୂଆମୁହଁ ପୂଜା ଭାଲେକର ପ୍ରମୁଖ ଭୂମିକାରେ ନଜର ଆସିବେ। ଏହାର ଭାରତର ପ୍ରଥମ ମାର୍ଶଲ ଆର୍ଟ ଫିଲ୍ମ ହେବ। ଏହି ଫିଲ୍ମ ଆସିବାକୁ ଟିକେ ସମୟ ଲାଗିବ। କାରଣ ଏହି ଫିଲ୍ମର ସହ ନିର୍ମାତା ଚୀନର ଅଟନ୍ତି। ଯେହେତୁ ଏବେ ଚୀନରେ କରୋନା ଭାଇରସ ଆତଙ୍କ ଚାଲିଛି। ସୂଚନାଯୋଗ୍ୟ, ରାମଗୋପାଳ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଶେଷ ଫିଲ୍ମ ‘ସରକାର୩’ ଥିଲା। ଯେଉଁଥିରେ ଅମିତାଭ ବଚ୍ଚନ ପ୍ରମୁଖ ଭୂମିକାରେ ରହିଥିଲେ।