Odia News Portal

କରୋନା ଭାଇରାସ୍‌ ଯୋଗୁ ତାଙ୍କ ଦେଶ ଇଟାଲିରେ ପରିସ୍ଥିତି ଗମ୍ଭୀର : ପରିଣିତି ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି। ବୁଧବାର ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଇଟାଲିରେ ରହୁଥିବା କ୍ରିଷ୍ଟିନ୍‌ ହିଗିଙ୍ଗ୍‌ସଙ୍କ ପୋଷ୍ଟକୁ ଶେୟାର କରିଛନ୍ତି। କ୍ରିଷ୍ଟିନ୍‌ ନିଜ ପୋଷ୍ଟରେ କହିଛନ୍ତି, ‘କରୋନା ଭାଇରାସ୍‌ ଯୋଗୁ ତାଙ୍କ ଦେଶ ଇଟାଲିରେ ଏବେ ପରିସ୍ଥିତି ଗମ୍ଭୀର ରହିଛି। ହସ୍ପିଟାଲଗୁଡ଼ିକ ଭର୍ତ୍ତି ହୋଇଯାଇଛି’। ଏଥିପାଇଁ କ୍ରିଷ୍ଟିନ୍‌ ବାକି ଦେଶକୁ ସମୟ ପୂର୍ବରୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ପୋଷ୍ଟ ସହିତ ପରିଣିତି ଲେଖିଛନ୍ତି, ‘ଦୟାକରି ଅଧିକ ସାହସୀ ହୁଅନ୍ତୁ ନାହିଁ ଏବଂ ଏହାକୁ ପଢ଼ନ୍ତୁ। ଏହାକୁ ସୋସିଆଲ ମିଡିଆର ପ୍ରମୋଶନ ବୋଲି ଭାବନ୍ତୁ ନାହିଁ। ଏହା କେବଳ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ, ଏମିତି କହିବା ବନ୍ଦ କରନ୍ତୁ। ଫ୍ଲୁରେ ମରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଏହାଠାରୁ ଅଧିକ ବୋଲି କହିବା ବନ୍ଦ କରନ୍ତୁ। କଦାପି ଏମିତି ଭାବନ୍ତୁନି ଯେ ଆପଣ ଭାଇରସ୍‌ଠାରୁ ଅଧିକ ସ୍ମାର୍ଟ, ଆପଣ ନୁହଁନ୍ତି। କରୋନା ଭାଇରସ୍‌ ସତ୍ୟ। ଏହା ବହୁତ ସଂକ୍ରାମକ ଅଟେ ଏବଂ ଅଟକିବ ବି ନାହିଁ। ପ୍ଲିଜ୍‌ ସ୍ମାର୍ଟ ହୁଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ’। ଏହା ପୂର୍ବରୁ ବି ପରିଣିିତି ମାସ୍କ ଲଗାଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।