ମୁମ୍ବାଇ : ନିକଟରେ ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଏକ ନାଲି ଡ୍ରେସରେ ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଥିଲେ । ଅଦା ଶର୍ମାଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଅଦା ନିଜେ ଏହି ଫୋଗୁଡିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । କହିରଖୁଛୁ ଅଦା ଶର୍ମା ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ୍ ରୁହନ୍ତି ଏବଂ ପ୍ରାୟତଃ ନିଜ ଫଟୋ ସେୟାର କରିଥାନ୍ତି । ଅଦା ସାଉଥ୍ ଫିଲ୍ମ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କାମ କରନ୍ତି ।
ଅଦାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।
‘କମାଣ୍ଡୋ ୩’ରେ ଆସିଥିଲେ ନଜର
ଶେଷ ଥର ଆକ୍ସନ ଥ୍ରିଲର ଫିଲ୍ମ ‘କମାଣ୍ଡୋ ୩’ରେ ନଜର ଆସିଥିଲେ ଅଦା । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା । ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିଲା ।
‘ମ୍ୟାନ୍ ଟୁ ମ୍ୟାନ୍’ ଆଗାମୀ ଫିଲ୍ମ
ତାଙ୍କ ଆଗାମୀ ଫିଲ୍ମ ଅବିର ସେନଗୁପ୍ତାଙ୍କ ‘ମ୍ୟାନ୍ ଟୁ ମ୍ୟାନ୍’ । ଫିଲ୍ମରେ ସେ ଜଣେ ପୁରୁଷ ଭୂମିକାରେ ନଜର ଆସିବେ ।ଏହି ଫିଲ୍ମଟି ଏକ ରୋମାଣ୍ଟିକ୍ କମେଡି ଫିଲ୍ମ ଯାହା ସେକ୍ସ ରିଅସାଇନମମେଣ୍ଟ ସର୍ଜରୀ କାହାଣୀ ଉପରେ ଆଧାରିତ ।
