Odia News Portal

‘କରୋନା ଭାଇରସ୍‌’ ଉପରେ ବଲିଉଡ୍‌ରେ ଦୁଇ ଦୁଇଟି ଫିଲ୍ମ

ବିଶ୍ୱରେ କରୋନା ଭାଇରସ୍‌ ଏବେ ମହାମାରୀ ରୂପ ନେଇଛି। ଅନେକ ଜାଗାରେ ଏହାକୁ ମେଡିକାଲ ଇମର୍ଜେନ୍ସି ଘୋଷଣା କରାଯାଇ ସାରିଲାଣି। ଗୋଟିଏ ପଟେ ଏହାକୁ ନେଇ ସରକାର ଚିନ୍ତିତ ଥିବା ବେଳେ ଅନ୍ୟପଟେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଏହା ଉପରେ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତି ଚଳାଇଛି।

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ‘ବାଜିରାଓ ମସ୍ତାନୀ’, ‘ତନୁ େଓ୍ଵଡ୍‌ସ ମନୁ ରିଟର୍ନ୍ସ’, ‘ବଦଲାପୁର’, ‘ବଜରଙ୍ଗୀ ଭାଇଜାନ’ ଭଳି ଫିଲ୍ମ ନିର୍ମାଣ କରିଥିବା କମ୍ପାନୀ ଇରୋଜ ଇଣ୍ଟରନ୍ୟାଶନାଲ ‘କରୋନା ପ୍ୟାର୍‌ ହୈ’ ନାଁରେ ଫିଲ୍ମ ରେଜିଷ୍ଟର କରାଇଛି। ଏହା ‘COVID-19’ ଉପରେ ରେଜିଷ୍ଟର ହୋଇଥିବା ପ୍ରଥମ ଫିଲ୍ମ। ଏ ନେଇ ପ୍ରଯୋଜକ କ୍ରିଶିକା ଲୁଲ୍ଲା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଏବେ କାହାଣୀ ଉପରେ କାମ ଚାଲିଛି। ଯେତେବେଳେ ସବୁକିଛି ନର୍ମାଲ ହୋଇଯିବ, ସେତେବେଳେ ଆମେ ଏହି ପ୍ରୋଜେକ୍ଟ ଆରମ୍ଭ କରିଦେବୁ’। ଏହାଛଡ଼ା ଆଉ ଏକ ପ୍ରଡକ୍ସନ ହାଉସ୍‌ ‘ଇଣ୍ଡିଆନ୍‌ ମୋଶନ ପିକ୍ଚର ପ୍ରଡ୍ୟୁସର୍ସ ଆସୋସିଏଶନ’ ମଧ୍ୟ ଫିଲ୍ମ ରେଜିଷ୍ଟର କରାଇଛି, ଯାହାର ନାଁ ଦେଇଛି ‘ଡେଡ୍‌ଲି କରୋନା’।