ମୁମ୍ବାଇ : ରଣବୀର କପୁର ଆଲିଆ ଭଟ୍ଟଙ୍କୁ କିସ୍ କରୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି କିସ୍ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଲିଆ ରବିବାର ୨୭ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଫଟୋରେ ରଣବୀର ଆଲିଆଙ୍କ ଗାଲରେ କିସ୍ କରୁଥିବା ନଜର ଆସୁଛନ୍ତି । ବ୍ୟାକଗ୍ରାଉଣ୍ଡରେ ଅର୍ଜୁନ୍ କପୁର ମଲାଇକାଙ୍କୁ ହଗ୍ କରିଥିବା ମଧ୍ୟ ନଜର ଆସୁଛନ୍ତି ।
ସେଲିବ୍ରିଟି ଫଟୋଗ୍ରାଫର ବିରଳ ଭୟାନୀଙ୍କ ଅନୁସାରେ ଏହି ଫଟୋକୁ ସମାଜସେବୀ ନତାଶା ପୁନୱାଲା ସେୟାର କରିଛନ୍ତି ।
ଭୟାନୀ ଏହି ଫଟୋ ସହିତ କ୍ୟାପ୍ସନ ଦେଇଛନ୍ତି କି ହ୍ୟାଶଟ୍ୟାଗ୍ ନତାଶା ପୁନୱାଲା, ହ୍ୟାଶଟ୍ୟାଗ୍ ଆଲିଆ ଭଟ୍ଟ, ହ୍ୟାଶଟ୍ୟାଗ୍ ରଣବୀର କପୁର । ତେବେ ଫିଲ୍ମ କଥା କହିବା ତ ଆଲିଆ ଓ ରଣବୀର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅୟାନ୍ ମୁଖର୍ଜୀ । ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।
