ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ତଥା ଲୋକପ୍ରିୟ ଚ୍ୟାନେଲ ନନ୍ଦିଘୋଷ ଟିଭିରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନ୍ୟୁଜ ଭିତ୍ତିକ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ବାମ୍ଫ । ଲୋକପ୍ରିୟ ଅଭିନେତା କୁନା ତ୍ରିପାଠୀ ଏହାର ଉପସ୍ଥାପନା କରିବେ । ସୋମବାର ଓ ଶୁକ୍ରବାର ରାତି ୯ ଟା ୩୦ ମିନିଟ ରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ ।
ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ ହେଉଛି ଏକ ସୁସ୍ଥ, ଶ୍ରେଣୀହୀନ, ଅଗ୍ରଣୀ ସମାଜ ଆଉ ଭ୍ରଷ୍ଟାଚାର ତଥା ଦୁର୍ନୀତିମୁକ୍ତ ବ୍ୟବସ୍ଥା ଗଠନ ।ଯେକୌଣସି ପ୍ରକାର ବେଆଇନ, ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ କୁ ଏଥିରେ ତୀର୍ଯ୍ୟକ ଭାବେ ଉପସ୍ଥାପନ କରାଯିବ । ଏହା ଏକ ସମ୍ପୂର୍ଣ୍ଣ ନିରପେକ୍ଷ କାର୍ଯ୍ୟକ୍ରମ । ଏଥିରେ କାହାରିକୁ ବ୍ୟକ୍ତିଗତ ଆକ୍ଷେପ କରାଯିବନି । ସମାଜର ହିତ ଉଦ୍ଦେଶ୍ୟରେ ବ୍ୟଙ୍ଗାତ୍ମକ ଶୈଳୀ ରେ ଏହାକୁ ପ୍ରସାରଣ କରାଯିବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ଙ୍କ ଦ୍ଵାରା ସୁଟ ହୋଇଥିବା ଭିଡିଓ କୁ ପ୍ରାଧାନ୍ୟ ଦିଆଯିବ । ବିନା ତଥ୍ୟ ପ୍ରମାଣରେ ଅମୂଳକ, ଅସତ୍ୟ ଖବର ପ୍ରସାରଣ ହେବନାହିଁ । କିନ୍ତୁ ଲୋକାମୁଖରୁ ହଜିଯାଇଥିବା ଢଗଢମାଳିକୁ ବିଶେଷ ଭାବେ ବ୍ୟବହାର କରାଯିବ । ଓଡ଼ିଆ ଭାଷାର ମାତ୍ରାଧିକ ବ୍ୟବହାର କରାଯିବ । ପରବର୍ତ୍ତୀ ମୁହୂର୍ତ୍ତରେ ଲୋକଙ୍କ ଫିଡ଼ବ୍ୟାକ୍ ଆଧାରରେ ଏହି କାର୍ଯ୍ୟକ୍ରମ ରେ ପରିବର୍ତ୍ତନ ଅଣାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ସିଓଓ ଜବର ସିଂ ପନୱାର ।
