ମୁମ୍ବାଇ : ପୂଜା ହେଗଡ଼େଙ୍କ ଫିଲ୍ମ କ୍ୟାରିୟର ଏବେ ସଫଳତା ଆଡ଼କୁ ମୁହାଁଉଛି। ‘ହାଉସଫୁଲ୍ ୪’ ଏବଂ ଆଲୁ ଅର୍ଜୁନଙ୍କ ସହ ‘ଅଲା ବୈକୁଣ୍ଠପୁରାମୁଲୁ’ ଜରିଆରେ ସେ ଲଗାତାର ଦୁଇଟି ହିଟ୍ ଫିଲ୍ମ ଦେଇଛନ୍ତି। ଏହା ପରେ ସଲମାନ ଖାନଙ୍କ ସହ ଏକ ବଡ଼ ପ୍ରୋଜେକ୍ଟ ମଧ୍ୟ ତାଙ୍କ ହାତରେ ଲାଗିଛି।
ପୂଜା ସଲମାନ ଖାନଙ୍କ ସହ ସାଜିଦ ନଦିୟାଦ ଓ୍ବାଲାଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲି’ରେ ନଜର ଆସିବେ। ଏହି ଫିଲ୍ମରେ କାଷ୍ଟ ହେବା ପାଇଁ ପୂଜା ନିଜ ଫି’ ଠାରୁ ଚାରି ଗୁଣ ଅଧିକ ଫି ଦାବି କରିଛନ୍ତି। ପୂଜାଙ୍କ ଏହି ଡିମାଣ୍ଡକୁ ମେକର୍ସମାନେ ମାନି ନେଇଛନ୍ତି ଏବଂ ତାଙ୍କ ଫି ଠାରୁ ତାଙ୍କୁ ୪ଗୁଣା ଅଧିକ ଫି ଦିଆଯାଉଛି।
ପୂଜାଙ୍କ ଆଗାମୀ ଫିଲ୍ମ ହେଉଛି ‘ଜାନ’ ଯେଉଁଥିରେ ସେ ବାହୁବଲି ଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଗତ କିଛି ଦିନ ହେବ ଜର୍ଜିଆରେ ଚାଲୁଥିଲା ଯାହା ଏବେ ସରିଛି ଏବଂ ପୂଜା ଖୁବ୍ ଶୀଘ୍ର ଭାରତ ଫେରି ଆସିବେ।
