Odia News Portal

କରୋନା ଭାଇରସ ସହ ଲଢ଼ିବାର ମନ୍ତ୍ର କହିଲେ ମାରିଆ ସାରାପୋଭା

ଋଷର ପୂର୍ବତନ ଟେନିସ ଷ୍ଟାର ମାରିଆ ସାରାପୋଭା କରୋନା ଭାଇରସରୁ ସୃଷ୍ଟି ହେଉଥିବା ଚିନ୍ତା ତଥା ଅବସାଦକୁ କମ କରିବା ଉପାୟ କହିଛନ୍ତି। ତାଙ୍କ କହିବାନୁଯାୟୀ ଏଥିପାଇଁ ଆୟୁର୍ବେଦର ପଞ୍ଚକର୍ମ ସବୁଠାରୁ ଅଧିକ ଲାଭକାରୀ। ଶରୀରକୁ ଡିଟକ୍ସ କରିବାରେ ପଞ୍ଚକର୍ମ ସାହାଯ୍ୟ କରେ। ଏହା ଶରୀରର ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ ମଜଭୁତ କରେ।

ସାରାପୋଭା କହିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ମୁଁ ବି ୧୨ ଦିନ ଯାଏଁ ପଞ୍ଚକର୍ମ ଶୁଦ୍ଧିକ୍ରିୟା କରିଥିଲି। ମାତ୍ର ସେତେବେଳେ ମୁଁ ଜାଣିନଥିଲି ଯେ ଏହାଦ୍ୱାରା ମୁଁ ନିଜକୁ ପୁନର୍ବାର ଠିକ କରିପାରିବି। ନିରାମିଷ ଭୋଜନ, ଗମ୍ଭୀର ଚିନ୍ତାଧାରା ଓ ଆଧ୍ୟାତ୍ମିକ ମହତ୍ୱକାଂକ୍ଷା ପାଇଁ ମୁଁ ସଠିକ ସମୟ ବାଛିଥିଲି।

ସେ କହିଛନ୍ତି ଯେ ପଞ୍ଚକର୍ମ ବେଳେ ସେ ଆଦୌ ମାଛ, ମାଂସ, ଦୁଗ୍ଧଜାତୀୟ ଖାଦ୍ୟ, ଥଣ୍ଡା ଖାଦ୍ୟ, କଞ୍ଚା ସାଲାଡ଼ ଖାଇନଥିଲି। ତାଙ୍କ କହିବାନୁସାରେ ପଞ୍ଚକର୍ମରେ କେବଳ ଗୋଟିଏ ନିୟମ ଥିଲା, ତାହା ହେଉଛି ଶୁଦ୍ଧତା। ଏହା ଦ୍ୱାରା କରୋନା ଭାଇରସର ପ୍ରଭାବରୁ ମଧ୍ୟ ମୁକ୍ତି ମିଳିବ ବୋଲି ସାରାପୋଭା କହିଛନ୍ତି।