Odia News Portal

ଶେଷ ନିଶ୍ୱାସ ତ୍ୟାଗ କଲେ ଏହି ମହାନ ନାୟିକା

ହିନ୍ଦୀ ସିନେମା ଜଗତର ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତ୍ରୀ ନିମ୍ମିଙ୍କର ଗତ ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ହୃଦଘାତରେ ସମସ୍ୟା ହେବାରୁ ମୃତ୍ୟୁ ଘଟିଛି। ସୂଚନା ମୁତାବକ ପୂର୍ବରୁ ନିମ୍ମି ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇର ସରଲା ନର୍ସିଂହୋମରେ ପାଖାପାଖି ସଂଧ୍ୟା ୬ଟା ରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

ରାଜ କପୁର ଫିଲ୍ମ ଜଗତରେ ତାଙ୍କ ନାଁ ନିମ୍ମି ରଖିଥିଲେ। ନିମ୍ମି ପ୍ରଥମଥର ସ୍କ୍ରିନରେ ଫିଲ୍ମ ବରସାତରେ ୧୯୪୯ ମସିହାରେ ନଜର ଆସିଥିଲେ। ତାଙ୍କ ନିଧନ ଖବର କୋମଲ ନାହଟା ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି। ନିମ୍ମି ଫିଲ୍ମ ଆନ, ଉଡ଼ନ ଖଟୋଲା, ମେରେ ମେହବୁବ ଭଳି ଅନେକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

କୁହାଯାଏ ନିମ୍ମି ନିଜ କ୍ୟାରିୟର ଆରମ୍ଭରେ ଖୁବ ଡିମାଣ୍ଡରେ ଥିଲେ। ଦିଲ୍ଲୀପ କୁମାରଙ୍କ ଠାରୁ ଆରମ୍ଭ କରି ରାଜ କପୁର, ଅଶୋକ କୁମାର, ଧର୍ମେନ୍ଦ୍ରଙ୍କ ଭଳି ଅନେକ ବଡ ବଡ ଷ୍ଟାର ତାଙ୍କ ସହ କାମ କରିବା ପାଇଁ ଆଗ୍ରହୀ ଥିଲେ। ନିମ୍ମିଙ୍କ ମୃତ୍ୟୁ ପରେ ଲୋକପ୍ରିୟ ନିର୍ଦେଶକ ମହେଶ ଭଟ ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହ ବଲିଉଡର ଅନେକ କଳାକାରମାନେ ମଧ୍ୟ ତାଙ୍କ ମୂତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।