ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବଲିଉଡର ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେଇସାରିଲେଣି। ଏବେ ଏଥିରେ ସାମିଲ ହୋଇଛନ୍ତି ଏକତା କପୁର। ଶୁକ୍ରବାର ଏକତା ଏକ ଟୁଇଟ ଜରିଆରେ ଏ ବିଷୟରେ ଜଣାଇଛନ୍ତି।
ସେ ଲେଖିଛନ୍ତି, ବଲାଜୀ ଟେଲିଫିଲ୍ମସରେ କାମ କରୁଥିବା ସମସ୍ତ ଫ୍ରିଲାନ୍ସର ଓ ଦୈନିକ ବେତନଭୋଗୀଙ୍କୁ ଦେଖାଶୁଣା କରିବା ମୋର ପ୍ରଥମ ଏବଂ ପ୍ରମୁଖ କର୍ତ୍ତବ୍ୟ । ସୁଟିଂ ବନ୍ଦ ହୋଇଥିବା ଯୋଗୁ ସେମାନଙ୍କ ଉପରେ ବହୁତ ପ୍ରଭାବ ପଡିଛି ଏବଂ ସେମାନଙ୍କୁ କ୍ଷତି ମଧ୍ୟ ହୋଇଛି। ତେଣୁ ମୁଁ ଘୋଷଣା କରୁଛି କି, ଵାଲାଜୀ ଟେଲିଫିଲ୍ମସରେ ମୁଁ ମୋର ଗୋଟିଏ ବର୍ଷର ଦରମା ନେବିନାହିଁ, ଯାହାକି ପୂରା 2.5 କୋଟି ଟଙ୍କା ଅଟେ। କେବଳ ଗୋଟିଏ ହିଁ ସମାଧାନ, ସାଥୀରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ।