କରୋନା ପାଇଁ ସବୁଠି ଲକ୍ଡାଉନ୍ । ଲକ୍ଡାଉନ୍ ବେଳେ ବହୁ ଲୋକ ବହୁସ୍ଥାନରେ ଫଶି ରହିଛନ୍ତି । ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ ଦିଲ୍ଲୀରେ ଫଶି ରହିଥିବା ବେଳେ ଅଭିନେତା ସଲ୍ମାନ୍ ଖାଁ ମୁମ୍ବାଇ ନିକଟସ୍ଥ ପାନ୍ଭେଲ୍ ଫାର୍ମ ହାଉସ୍ରେ ଫସି ରହି ସମୟ ଅତିବାହିତ କରୁଛନ୍ତି । ସେହିପରି ବିହାରର ଏକଗାଁରେ ଫସି ରହିଛନ୍ତି ଟିଭିର ଜଣାଶୁଣା ଅଭିନେତ୍ରୀ ରତନ୍ ରାଜପୁତ୍ ।
ଏ ସମୟରେ ଦିନ କିପରି କଟୁଛି ? ପଚାରିବାରୁ ହସି କୁହନ୍ତି, ‘ ତାହାଲେ ତ ସିଏ ଅଭିନେତ୍ରୀ ନୁହେଁ ଯିଏ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନପାରିବ । ଆଜି ଏ ପରିସ୍ଥିତିରେ ମୁଁ କାନ୍ଦିବି ନା ହସିବି ଜାଣିପାରୁନି ।
ଯଦି ନଜକୁ ମ୍ୟାନେଜ କରି ନପାରିବି ତେବେ ଟିଭି ପରଦାରେ ନିଜକୁ ମଜଭୁତ ଦେଖାଇବା ବେକାର । ବାସ୍ତବରେ ଟିଭିର ଏହି ଜଣାଶୁଣା ଅଭିନେତ୍ରୀ ବିହାରର ଏକ ଗାଁରେ ଲକ୍ଡାଉନ୍ ପାଇଁ ଫସି ରହିଛନ୍ତି । ଗାଁ ନିଜର ନହେଲେ ବି ଲୋକେ ତାଙ୍କୁ ଘର ଯୋଗାଇ ଦେଇଛନ୍ତି ।
ରତନ ତାଙ୍କର ଦୁଇ ସାଙ୍ଗଙ୍କ ସହ ଏଠାରେ ରହିଛନ୍ତି । କେତେବେଜେ ଡାଲି ଭାତରେ ତ କେତେବେଳେ ରୁଟି ଚଟ୍ନୀରେ କାମ ଚଳିଯାଉଛି । ‘ବାସ୍ତବରେ ଏହି ଅସଲ ଜୀବନ, ଏହି ସମୟରେ ଏଠାରେ ଯାହା ଶିଖିଛୁ, ତାହା ମୁମ୍ବାଇରେ କେବେ ବି ଶିଖି ପାରି ନଥାନ୍ତି ’-କୁହନ୍ତି ରତନ ।
ଏହି ମଉକାରେ ଜୀବନର ମଜା ବି ମିଳିଗଲା । ସମୟ ଏଠାରେ ବଡ଼ ଆନନ୍ଦରେ କଟୁଛି । ତେବେ ଏଠାରେ ପାଣିର ସମସ୍ୟା । ଆମେ ପ୍ରଥମେ ପାଣିକୁ ଫୁଟାଇ ଛାଣି ଦେଉଛୁ । ଫଳରେ ପାଣିର ସମସ୍ୟାର ସମାଧାନ ହୋଇଯାଇଛି । ତେବେ ଭାତ ଡାଲିରେ ଚଳିଯାଉଛି ।
ସତ କହିବାକୁ ଗଲେ ମୁମ୍ବାଇର ବଡ଼ ରେସ୍ତୋରାଁ ଅପେକ୍ଷା ଏଠାରେ ବରଂ ଭଲ ଅନୁଭବ କରୁଛି । କାହାରି ହସ୍ତକ୍ଷେପ ନାହିଁ, ତେବେ ଗାଁ ଲୋକ କାଳେ ଚିହ୍ନିଯିବେ ସେଥିପାଇଁ ମୁହଁ ଢ଼ାଙ୍କି ରହିବାକୁ ପଡ଼ୁଛି । କେବଳ ଅପରାହ୍ଣରେ କପଡ଼ା ଆଣିବାକୁ ଛାତକୁ ଗଲେ ଗାଁର ଦୃଶ୍ୟ ଦେଖି ଖୁସି ଲାଗୁଛି । ଯେଉଁ ଗାଁ ଏହି ଅସୁବିଧା ସମୟରେ ତାଙ୍କୁ ରହିବାର ସ୍ଥାନ ଦେଇଛି । ତେବେ ଘର କଥା ବେଶୀ ମନେ ପଡ଼ୁଛି ବୋଲି କହନ୍ତି ଏହି ଅଭିନେତ୍ରୀ ।