ବଲିଉଡ ଅଭିନେତ୍ରୀ ନେହା କକ୍କର ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ଅଲଗା କରି ଦେଖାଇଛନ୍ତି। ନେହା ଏକ ତକିଆ ପିନ୍ଧି ଫ୍ୟାନମାନଙ୍କ ସହ ଭିଡ଼ିଓ ସେୟାର କରିଛନ୍ତି। ତେବେ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ନେହା କୌଣସି ଡିଜାଇନର ଡ୍ରେସ ପିନ୍ଧି ନାହାନ୍ତି, ବରଂ ଏକ ତକିଆ ପିନ୍ଧିଛନ୍ତି।
ପ୍ରକୃତ କଥା ହେଲା, ନେହା ‘ପିଲୋ ଚ୍ୟାଲେଞ୍ଜ’କୁ ଆକସେପ୍ଟ କରିଛନ୍ତି। ଏବେ ଏବେ ସୋସିଆଲ ମିଡିଆରେ ଏହା ଖୁବ ଟ୍ରେଣ୍ଡ କରୁଛି। ଏହି ଚ୍ୟାଲେଞ୍ଜ ପାଇଁ ନେହା ଦେହରେ କପଡା ଜାଗାରେ ପିଲୋ ପିନ୍ଧିଛନ୍ତି ଏବଂ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଛନ୍ତି। ତାଙ୍କର ଏହି ଟିକଟକ ଭିଡ଼ିଓ ଖୁବ ଭାଇରଲ ହେଉଛି।